ଦିବ୍ୟାଙ୍ଗ ଟପ୍ପର ଛାତ୍ରଙ୍କୁ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୩ା୭: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୧.୮୫ ପ୍ରତିଶତ ନମ୍ବର ରଖି ବରଜ କୁମାର ଦାସ ଟପ୍ପର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ କଲେଜ ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶ୍ରୀ ଦାସଙ୍କୁ ଜାବିର ବିନ କବିର ଶୈକ୍ଷିକ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ବିଗତ ବର୍ଷମାନଙ୍କରେ ଉକ୍ତ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ କ୍ରୀଡା ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading