ଅନନ୍ୟା ସ୍ଥିତପ୍ରଜ୍ଞI ସି ସି ଆର ଟି ବୃତ୍ତି ପାଇଁ ଯୋଗ୍ୟବିବେଚିତ


ଓଡିଶାର ସୁନାମଧନ୍ୟ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାସ ସ୍ମାରକୀ କଳାମନ୍ଦିର(ଗଡ଼ମେକର ),ନସିପୁର (ପଟ୍ଟାମୁଣ୍ଡାଇ )ର ଛାତ୍ରୀ ତଥା ବାଲିପଡ଼ା ଗ୍ରାମର ଶିକ୍ଷକ ଅଶୋକ କୁମାର ସାହୁ ଓ ମନୋରମା ସାହୁଙ୍କ ସୁପୁତ୍ରୀ ଅନନ୍ୟା ସ୍ଥିତିପ୍ରଜ୍ଞI ସାହୁ ସର୍ବଭାରତୀୟ ସି ସି ଆର ଟି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ସାଂସ୍କୃତିକ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର (ସି ସି ଆର ଟି) ପକ୍ଷରୁ ୨୦୨୩ ମସିହା ପାଇଁ ଅନଲାଇନରେ ଆୟୋଜିତ ସର୍ବ ଭାରତୀୟ ଚୟନ ପ୍ରକ୍ରିୟାରେ ଭାଗ ନେଇ ଅନନ୍ୟା ସ୍ଥିତିପ୍ରଜ୍ଞା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜଣେ ମେଧାବୀ ଛାତ୍ରୀ ଓ କୃତି ଶିଳ୍ପୀ ଭାବେ ପରିଚିତା ଅନନ୍ୟା ସ୍ଥିତିପ୍ରଜ୍ଞI ନିଜ ସଫଳତାର ଶ୍ରେୟ ଗଡ଼ମେକର ପ୍ରତିଷ୍ଠାତା ଗୀତିକବି ସୁଶାନ୍ତ ପାଣି, ଚିତ୍ରକଳା ଗୁରୁ ରମେଶ ଦେ ଓ ନିଜ ପିତା ଓ ମାତାଙ୍କୁ ଦେଇଛନ୍ତି ।ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଥି ପୂର୍ବରୁ ଅନନ୍ୟା ସ୍ଥିତିପ୍ରଜ୍ଞI ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ସଫଳତା ହାସଲ କରି ସମ୍ମାନିତ ହୋଇଛନ୍ତି ।


Next Post

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଲୋକପ୍ରିୟ ବରିଷ୍ଠ ଆଇନଜୀବୀଙ୍କ ତୈଳଚିତ୍ର ଉନ୍ମୋଚିତ

Sat Jul 15 , 2023
କେନ୍ଦ୍ରାପଡ଼ା, ୧୪ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପାଠାଗାର ପରିସରରେ ଦୁଇ ଲୋକପ୍ରିୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକପ୍ରିୟ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ […]

KANIKA