
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଉପଦେଷ୍ଟା ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର,ଉପସଭାପତି ପ୍ରମୋଦ ସାହୁ, କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ, ସାଙ୍ଗଠନିକ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସିଂହ, ଶିକ୍ଷାବିତ ସଚିନନ୍ଦନ ଦାସ, ବିଜୟ ସାହୁ, ବ୍ରଜ କିଶୋର ପଣ୍ଡା, ସମାଜସେବୀ ନୃସିଂହ ପ୍ରସାଦ ଚୌଧୁରୀ, ସଞ୍ଜୟ ବର୍ମା, ଅକ୍ଷୟ ପରିଡା, ଅଶୋକ ଜେନା, ନଟବର ସେଠୀ, ତ୍ରିଲୋଚନ ଜେନା, କବି ବ୍ରଜସୁନ୍ଦର ସାହୁ ଓ ଆଡ଼ଭୋକେଟ ଶିଶିର ମଲିକ ପ୍ରମୁଖ ଭାଷଣ ଦେଇ ଏମ ଏନ ହାଇସ୍କୁଲ ଏ ଅଂଚଳର ଗୌରବମୟ ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏଥି ସରକାରୀ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ସମେତ ଶିକ୍ଷକ ପଦବୀ ପୂରଣ,୫ଟି ସ୍କୁଲ ରୂପାନ୍ତକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବା, ଆବଶ୍ୟକ ଶ୍ରେଣୀଗୃହ ଓ ନୂତନ ଛାତ୍ରଓବାସ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ପୁରାତନ ଛାତ୍ରସଂସଦ ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ । ବୈଠକ ଆରମ୍ଭରେ ପରଲୋକଗତ ଛାତ୍ରଛାତ୍ରୀଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।ଆସନ୍ତା ସେପ୍େଟମ୍ବର ୨୪ତାରିଖରେ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପାଳନ ପାଇଁ ସର୍ବସମ୍ନତି କ୍ରମେ ନିଷ୍ପତି ନିଆଯାଇ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା । ଶେଷରେ ଉପସଭାପତି ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।











