ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ



କେନ୍ଦ୍ରପଡା ୨୫ା୭ ଇଟଂରନେଟ ଯୁଗରେ ବିଜ୍ଞାନର ପ୍ରଗତି ସ୍ୱତେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡିଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟାପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହାଁନ୍ତି । ରବିବାର ରାତିରେ ଗୁଣିଗାରେଡି ସଂନ୍ଦେହରେ ଏକ ଲୋମହର୍ଷ କାରୀ ହତ୍ୟା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଗ୍ରାମରେ ଦେଖିବାକୁ ମିଳିଛି । ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିଥିବା କେନ୍ଦ୍ରାପଡା ଭଳି ଜିଲ୍ଲାରେ ଏହା ପ୍ରଥମ ଘଟଣା ବୋଲି ସାଧରଣରେ ଆଲୋଚନା ଜୋର ଧରିଛି ।


ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବନ୍ତପାଟଣା ହର୍‌ନବାବି ଗାଁର ମଣିଚରଣ ସାହୁ (୫୫)କୁ ଗତ ରବିବାର ରାତିରେ ଘରେ ଶୋଇଥିବା ବେଳେ ପଡୋଶୀ ଅଜୁ ମହାରଣା ଓ ତାଙ୍କର ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା କବାଟ ଭାଙ୍ଗି ଘରେ ପଶି ଶାବଳରେ ମଣିଚରଣଙ୍କୁ ଆକ୍ରମଣ କରିଥିଲେ । ଫଳରେ ମଣିଚରଣ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ କଟକ ବଡଦାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଏକ ମାମଲା ୪୫୦/୨୩ ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଗୁଣି ଗାରେଡି ସନ୍ଦେହ ଆଜି ଏପରି ଘଟଣା ଘଟିଛି ବୋଲି  ଆଲୋଚନା ହେଉଛି ।  ସେପଟେ ହର୍‌ନବାବି ଗାଁରେ ଏପରି ଘଟଣା ପରେ ପୁରା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏପରି ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଥମତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସର ତଦନ୍ତ ପରେ ପୁରା ଘଟଣାର ସତ୍ୟାସତ ସାମ୍ନାକୁ ଆସିବ ବୋଲି ଗ୍ରାମାଂଚଳ ଥାନା ଅଧିକାରୀ ବାମଦେବ ନନ୍ଦ କହିଛନ୍ତି ।


Next Post

ଅଳଭା-ଗଣ୍ଡାକିଆ ପୂର୍ତ ବିଭାଗ ରାସ୍ତା ଉଭୟପାଶ୍ୱର୍ରେ କୃତ୍ରିମ ଜଙ୍ଗଲ

Tue Jul 25 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୁର୍ତ ବିଭାଗ ଅଧିନରେ ଥିବା ଅଳଭା-ଗଣ୍ଡାକିଆ ଦୀର୍ଘ ୯ କି.ମି ରାସ୍ତାର ଉଭୟପାଶ୍ୱର୍ରେ ସୃଷ୍ଟି ହୋଇଛି କୃତ୍ର୍ରିମ ଜଙ୍ଗଲ । ଅନାବନା ଗଛଲତାରେ ରାସ୍ତାର ଉଭୟପାଶ୍ୱର୍ ପରିପୂର୍ଣ୍ଣ ହୋଇରହିଛି । ଅନାବନା ଗଛ ଜଙ୍ଗଲରେ ରାସ୍ତାର ଉଭୟପାଶ୍ୱର୍ ଢାଙ୍କି ହୋଇ ରହିଥିବାରୁ ଗାଡିମୋଟର ଯାତାୟତ ସମୟରେ ଦୈନିକ ଛୋଟବଡ ଦୂର୍ଘଟଣା ଘଟୁଛି । ଏହା ମଧ୍ୟରେ ଶରିଶୃପ ଓ ବିଷଧର ସାପମାନେ ବସା କରୁଥିବାରୁ ରାତ୍ରକାଳରେ […]

You May Like