କେନ୍ଦ୍ରାପଡା୨୦/୭- କେନ୍ଦ୍ରାପଡା ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆ ବସଷ୍ଟାଣ୍ଡସ୍ଥିତ ୫୦ଟି ଦୋକାନ ଘରକୁ ଉଚ୍ଛେଦ କରିଥିଲେ । ଗୁରୁବାର ପୁରୁଣା ମୋଟରଷ୍ଟାଣ୍ଡ ସ୍ଥିତ ସାତୋଟି ଦୋକାନ ଘରକୁ ମାଟିରେ ମିଶାଇ ଦେଇଛନ୍ତି । ଏହି ଦୋକାନ ଉପରେ ନିର୍ଭର କରୁଥିବା ଧନୀ ଗରିବ ବ୍ୟବସାୟୀମାନେ ବାର ଦୁଆର ହୋଇଛନ୍ତି […]

କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡ଼ା ପ୍ରଦକ୍ଷଣ ଭବନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅନୁକୂଲ୍ୟରେ ଓ ଏଲଡବ୍ଲୁବି ଅନୁଷ୍ଠାନର ସହଭାଗୀତାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଶିଶୁ ପ୍ରତିପାଳନ ଯତ୍ନ ସଚେତନତା କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅବହେଳିତ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ସହ ସେମାନଙ୍କ ଭବିଷ୍ୟତ କିପରି ଉଜ୍ଜଳମୟ ହେବ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଭାଗିଦାର […]

କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲା ଦକ୍ଷତା କମିଟିର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ବିକାଶ ତାଲିମ ଉପରେ ସମ୍ପୂର୍ଣ୍ଣ ତଥ୍ୟ କମିଟି ଆଗରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଚାଲୁଥିବା ଦକ୍ଷତା ବିକାଶ ତାଲିମର କିପରି ସମ୍ପ୍ରସାରଣ ହୋଇପାରିବ […]

ଭିତ୍ତିଭୂମି ବିକାଶ ସହ ଉତ୍ତମ ରୋଗୀ ସେବା ଯୋଗାଇବାକୁ ନିର୍ଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ନୀତି ଆପଣାଇ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ଉନ୍ନତମାନର ଭିତ୍ତିଭୂମି ନିର୍ମାଣ ସହ ସର୍ବଶ୍ରେଷ୍ଠ ରୋଗୀ ସେବା ଯୋଗାଇ ଦେବାକୁ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ହସ୍ପିଟାଲ ରୋଗୀକଲ୍ୟାଣ ସମିତି ବୈଠକରେ  ଯୋଗ ଦେଇ ରୋଗୀକଲ୍ୟାଣ ସମିତି ଅଧକ୍ଷ ତଥା ରାଜନଗର […]

କେନ୍ଦ୍ରାପଡ଼ା,୨୦ା୭: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ କେନ୍ଦ୍ରାପଡା ମାଟିର ପୁଅ ତଥା ଭଲିବଲ ଖେଳାଳି ମହମ୍ମଦ ରାଜାକୁ ସମ୍ବର୍ଦ୍ଧିତ କରାଯିବା ଉଦେଶ୍ୟରେ ଏକ ସଭା ସଭାପତି ରମଣୀ ରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହମ୍ମଦ ରାଜା ୨୧ ବର୍ଷ ବୟସରୁ କମ ଆନ୍ତର୍ଜାତୀୟ ଭଲିବଲ ବିଶ୍ୱ ଚମ୍ପିୟନସିପରେ ବାହାରିନ ଠାରେ ଭାରତ ପକ୍ଷରୁ ଖେଳି ଯେଉଁ […]

କେନ୍ଦ୍ରାପଡା ୨୦ ।୭-ଉପଯୁକ୍ତ ସଚେତନତା ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କୃଷିର ବିକାଶ ସହ କୃଷକମାନେ ସଶକ୍ତ ହୋଇ ଆର୍ôଥକ ପ୍ରଗତି ହାସଲ କରିପାରିବାକୁ ସରକାର କୃଷକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସରକାରୀ ବାବୁ ମାନଙ୍କ ଅପରିଣାମ ଦର୍ଶିତା ଓ ମନମାନୀ ପାଇଁ ସରକାରୀ ଯୋଜନା ପ୍ରହଶନରେ ପରିଣତ ହେଉଛି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ବୁଧବାର […]

କେନ୍ଦ୍ରାପଡ଼ା, ୧୯ା୭ : ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପରେ ଅଶଂଗ୍ରହଣ କରି ଘରକୁ ଫେରିଥିବା କେନ୍ଦ୍ରାପଡା ମାଟିର ପୁଅ ମହମ୍ମଦ ରାଜାଙ୍କୁ ଜନ୍ମମାଟିରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରତୀୟ ଭଲିବଲ ଦଳରେ ଓଡିଶା କେନ୍ଦ୍ରାପଡା ଜିଲ୍ଲାର ମହମ୍ମଦ ରାଜା ସ୍ଥାନ ପାଇ ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଇଥିଲେ । ସେଠାରୁ କେନ୍ଦ୍ରାପଡା […]

  କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତା’ର ନେକେଡ ଫଟୋ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ସଂପୃକ୍ତ ନାବାଳିକାର ପିତାଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଥାନା କେଶ ନମ୍ବର ୧୮୭/୨୦୨୩ରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲା । ବୁଧବାର […]

କେନ୍ଦ୍ରାପଡ଼ା ୧୯/୭ – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି ତ କେଉଁ ୫ ଟା କ୍ଲାସରେ ୨ ଟି ଶିକ୍ଷକ ଅଛନ୍ତି । ଏନେଇ ଶିକ୍ଷାଦାନରେ ବାଧା ଉପୁଜୁଛି । ଶିକ୍ଷା ଅଧିକାରୀ ଭୟରେ ବିଦ୍ୟାଳୟ ପରିଦର୍ଶନ କରିନାହାଁନ୍ତି । କାରଣ ଅଭିଭାବକ ତାଙ୍କୁ ଘେରିବେ । ଖାଲି ଶିକ୍ଷକଙ୍କ ବୈଠକ […]

କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଋତୁରେ ହେଉଥିବା ବନ୍ୟା ବିତ୍ପାତରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଦୀ, ନାଳମାନଙ୍କରେ କୂଳ ବନ୍ଧ ନଥିବା, ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇ ନଥିବା କାରଣରୁ କୃତ୍ରିମ ବନ୍ୟା ସୃଷ୍ଟିହେବା ସହ ବର୍ଷା ଦିନରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷ କରି କୋର, କୁତରଙ୍ଗ, […]

କେନ୍ଦ୍ରାପଡା, ୧୯ା୭: ଜଣେ ମହିଳାଙ୍କ ପେଟରୁ ପାଖାପାଖି ୬ କିଲୋ ଓଜନର ଟିୁ୍ୟମର ଅପରେସନ୍ କରାଯାଇ ବାହାର କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର ତିନିମୁହାଣିସ୍ଥିତ ଶ୍ରୀରାମ ହସ୍ପିଟାଲରେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ଅଲେଖ ଦାସଙ୍କ ପତ୍ନୀ ମୀନତି ଦାସ (୬୫) ଦୀର୍ଘଦିନ ଧରି ପେଟଯନ୍ତ୍ରଣାରେ ଛଟପଟ ହେଉଥିଲା । ପରେ ତାଙ୍କୁ ଶ୍ରୀରାମ ହସ୍ପିଟାଲ ଭର୍ତି […]

କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଏକ ପୁରାତନ ସହର ହୋଇଥିବାବେଳେ ଅଣ ଓସାରିଆ ରାସ୍ତାକୁ ବ୍ୟବସାୟୀମାନେ ଜବରଦଖଲ କରି ସଙ୍କୁଚିତ କରୁଛନ୍ତି । ବିଭିନ୍ନ ଛକ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଜିଲ୍ଲା ତଥା ପୌର ପ୍ରଶାସନ ଜବରଦଖଲ ହଟାଇ ସହରକୁ ସରସ ସୁନ୍ଦର କରିବାକୁ ଉଦ୍ୟମ ଆରମ୍ଭ କରିଛି । ନୂଆ ବସ୍‌ଷ୍ଟାଣ୍ଡ ଉପରେ ଥିବା ଦୋକାନଘର ଗୁଡିକୁ ପୌରସଂସ୍ଥା ଏକଦିନିଆ ନୋଟିସ ଦେଇ ଜବରଦଖଲ ହଟାଇଛି । ପୁରୁଣା ମୋଟର […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ନାଳରେ ଏକ ବଡ କୁମ୍ଭୀର ଭାସୁଥିବା ଦେଖି ଆତଙ୍କ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ କିଆବୁଦା ମୂଳରେ ଶୋଇଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ରେଂଜ ଅଫିସର ଚିତରନ ବେହୁରା, କନିକା ରେଂଜ ଅଫିସର ମାନସ ଦାସ, ଫରେଷ୍ଟର ବିଜୟ ପାତ୍ର, ଫରେଷ୍ଟଗାର୍ଡ ସୁନିଲରଂଜନ ରାଉତରାୟ, ବିଶ୍ୱରଂଜନ […]

କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଗାଦି ଛାଡୁନଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସେଠାରେ ଛାତ୍ର ଅଶାନ୍ତି ସୃଷ୍ଟି ହେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚଶିକ୍ଷା […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ସ୍ୱାମୀ ତାର ପତ୍ନୀକୁ ପିଟି ମାରିବା ପରେ ଘଟଣାକୁ ଆତ୍ମହତ୍ୟା ରୁପ ଦେବା ପାଇଁ ଘର ଭିତରେ ଶବରେ ନିଆଁ ଲଗାଇ ପୋଡି ଅର୍ଦ୍ଧଦଗ୍ଧ କରିଛି । ଖବର ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଁଞ୍ଚି ସ୍ୱାମୀ ବିଧାନ ରାୟକୁ ଅଟକ ରଖିବା ସହ […]

ଗଣତାନ୍ତ୍ରିକ ଓ ପ୍ରଜାମଙ୍ଗଳ ଶାସନ ବ୍ୟବସ୍ଥାରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶ ଭାରତରେ ମଧ୍ୟ ଏଥିପାଇଁ ଜୋରସୋରରେ ଉଦ୍ୟମ ଚାଲିଛି । ଦାରିଦ୍ର‌୍ୟ ଏକ ସ୍ଥିତି ଓ ପକ୍ରିୟା ଏବଂ ଏହାର କାରଣ ଅନେକ । ଅଧିକ ଜନସଂଖ୍ୟା ଏବଂ କମ୍ ସମ୍ବଳ ଉତ୍ସ ରହିଲେ ଦାରିଦ୍ର‌୍ୟ ଉତ୍କଟ ହୁଏ । କାରଣ ଲୋକେ ରୋଜଗାର ପାଆନ୍ତି ନାହିଁ କିମ୍ବା ଉତ୍ପାଦନର […]

ସଂସ୍କୃତରେ ଏକ ବାକ୍ୟ ଅଛି ‘ବୃକ୍ଷଃ ରକ୍ଷତି ରକ୍ଷିତମ୍‌’ । ବୃକ୍ଷକୁ ଆମେ ରକ୍ଷା କଲେ ବୃକ୍ଷ ଆମ ଜୀବନ ରକ୍ଷା କରିଥାଏ । ସୃଷ୍ଟିର ପ୍ରାରମ୍ଭ କାଳରୁ ଉଦ୍ଭିଦ ଓ ପ୍ରାଣୀ ଓତପ୍ରୋତ ଭାବେ ଜଡିତ । ପ୍ରକୃତି ଆମର ବନ୍ଧୁ ଓ ଜଙ୍ଗଲ ଆମର ଜୀବନ ନାଟିକା ଏପରି ଭାଷଣବାଜି ଦେବାର ସମୟ ଆଜି ନାହିଁ । ମନୁଷ୍ୟର ଜୀବନ ଧାରଣ ନିମନ୍ତେ ଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ଏକ […]

ବେଙ୍ଗାଲୁରୁ,୧୮ା୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା । ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବାହାରର ରାସ୍ତା ଦେଖାଇ ଦେଇଛି । ଖଡଗେ କହିଛନ୍ତି ଯେ ଏବେ ବିଜେପି ଅଧ୍ୟକ୍ଷ ପୁରୁଣା ମେଣ୍ଟ ସହଯୋଗୀଙ୍କୁ ଏକଜୁଟ କରିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଦଉଡୁଛନ୍ତି । ଏଠାରେ ଯେଉଁ ଏକତା ଦେଖାଯାଉଛି ତାହା ଏବେ ସେମାନଙ୍କ ଭୟର […]

  କେନ୍ଦ୍ରାପଡ଼ା,୧୮ା୭: ଜନୈକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅପରାଧରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଂଚଳର ରାଜୀବ ମଲିକକୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ୍ ପ୍ରଣତୀ ପଟ୍ଟନାୟକ ୨୦ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କାର ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ […]

କେନ୍ଦ୍ରାପଡ଼ା,୧୮ା୭: ଲ୍ୟାଣ୍ଡ ରେକର୍ଡସର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ(ଲ୍ୟାଣ୍ଡ ରିସୋର୍ସେସ) ଦ୍ୱାରା “ଭୂମି ସମ୍ମାନ-୨୦୨୩” ଭାବରେ ପୁରସ୍କୃତ ହୋଇଛି । ନୂଆ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ପୁରସ୍କାର ଗ୍ରହଣ କରିବା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର […]

ପଟ୍ଟାମୁଣ୍ଡାଇ ୧୮ା୭-ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଆସନ୍ତା ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ […]

ପଟ୍ଟାମୁଣ୍ଡାଇ ୧୮.୭- ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ମଜଭୁତ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିକାଶର ବାର୍ତା ଜନସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ମନ୍ତ୍ରୀ, ସାଂସଦ ବିଧାୟକ ଓ କର୍ମକର୍ତାମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ମର୍ମରେ କାର୍ଯ୍ୟ କରି ସଂଗଠନକୁ ମଜଭୁତ କରିବା ପାଇଁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରମିଳା ମଲିକ […]

କେନ୍ଦ୍ରାପଡ଼ା,୧୮ା୭: ମଣିଷ ନିଜ ପାଇଁ ଅନେକ କିଛି କାମ କରେ । ନିଜ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଅନ୍ୟ ପାଇଁ କାମ କରୁଥିବା, ଅନ୍ୟର ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ଲୋକଙ୍କ ସଂଖ୍ୟା ଆଜିର ଦୁନିଆରେ ବହୁତ କମ୍ । ହେଲେ ଅନ୍ୟର ମଙ୍ଗଳ ପାଇଁ ଓ ସଂସାରର ମଙ୍ଗଳ ପାଇଁ ପ୍ରାର୍ଥନା କଲେ ଆପଣାଛାଏଁ ନିଜର ମଙ୍ଗଳ ହୋଇଥାଏ ବୋଲି ବିଶିଷ୍ଟ ଆଧ୍ୟାତ୍ମିକ […]

କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ ସଂଲଗ୍ନ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଶୁକଦେବ ଏନକ୍ଲାଭ ପାଶ୍ୱର୍ ତଥା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ଅପରପାଶ୍ୱର୍ରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇ ରହିବା ଏବଂ ପଚା ପାଣି ନିଷ୍କାସନ ହୋଇନପାରି ଜମି ରହିଥିବାରୁ ସେଠାରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଫଳରେ ମଶା ଡାଆଁଶଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ସେଥିଯୋଗୁଁ ନିକଟସ୍ଥ ଅଧିବାସୀମାନେ […]