ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ମୋଟର ଚାଳକସଂଘ ଆଲୋଚନା


ପଟ୍ଟାମୁଣ୍ଡାଇ ତା ୧୩.୮-ଓଡିଶା ମୋଟର ଚାଳକ ସଂଘ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ସଂଘର କର୍ମକର୍ତ୍ତାମାନେ ପଟ୍ଟାମୁଣ୍ଡାଇ ନଗର ମହିଳା ବିଜେଡି ସଭାନେତ୍ରୀ କାଉନସିଲର ଲାସ୍ୟମୟୀ ସାହୁ ଓ ଯୁବନେତା ନିରାକାର ସାହୁଙ୍କ ନେତୃତ୍ୱ ବିଭିନ୍ନ ସମସ୍ୟା ନେଇ ଆଜି ସନ୍ଧ୍ୟାରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ଆଲୋଚନା କରିବା ସହିତ ସଂଘ ପକ୍ଷରୁ ବିଧାୟକଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୋଟର ଚାଳକ ସଂଘ ରାଜ୍ୟ ସଂଗଠନ ସମ୍ପାଦକ ଦାଶରଥୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲାସମ୍ପାଦକ ରାଜକିଶୋର ସ୍ୱାଇଁ,ପଟ୍ଟାମୁଣ୍ଡାଇ ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ଗିରି,ଅଭୟ ମଲିକ, ବଳରାମ ସୂତାର,ରଞ୍ଜନ ମହାନ୍ତି, ସନ୍ତୋଷ ମଲ୍ଲିକ, ସୁବାଷ ଦାସ, ଅମୀର ବେହେରା, ରବୀନ୍ଦ୍ର ଦଳାଇ, ସୁମନ୍ତ ରାଉତ, ସବ୍ୟସାଚୀ ବାରିକ ମୁରଲୀଧର ମଲ୍ଲିକ, ଦାମୋଦର ପରିଡା ପ୍ରମୁଖ ଶତାଧିକ ସଦସ୍ୟ ଭେଟି ସଂଘ ବିଭିନ୍ନ ଦାବୀ ପୂରଣ ଦିଗରେ ସରକାରୀ ସ୍ତରରେ ଉଦ୍ୟମ କରିବାକୁ ନିବେଦନ କରିଥିଲେ । ବିଧାୟକ ଶ୍ରୀସାହୁ ରାଜ୍ୟ ସରକାର ଓଡିଶା ମୋଟର ଚାଳକ ସଂଘ ସହ ଆଲୋଚନା କରି ସଂଘର କେତେକ ଦାବୀ ପୂରଣ କରିଛନ୍ତି । ଆଗାମୀ ଦିନରେ ସରକାର ସଂଘର ଅନ୍ୟାନ୍ୟ ଦାବୀକୁ ବିଚାରକୁ ନେଇ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ ପ୍ରକାଶ କରିବା ସହିତ ସଂଘ ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading