
କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ବୈଠକ ନଗର ସଭାପତି ରାଜେଶ ମହାନ୍ତିଙ୍କ ସଭାତିତ୍ୱରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠରେ ଆଗାମୀ ବିଧାନସଭା ନିର୍ବାଚନ-୨୦୨୪ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୁଥ ସ୍ତରରୁ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆମମାନଙ୍କର ଏକମାତ୍ର ଲକ୍ଷ୍ୟ, “ଆମେ ବିଧାନସଭା ଯିବା” । ଏଥି ନିମନ୍ତେ ନଗରବାସୀଙ୍କ ଅସ୍ଥାଭାଜନ ହେବାକୁ କେନ୍ଦ୍ରାପଡା ସହରର ବିଭିନ୍ନ ସମସ୍ୟା ତଥା କେନ୍ଦ୍ରାପଡା ଜଳ ନିଷ୍କାସନ ନିମନ୍ତେ ସ୍ୱେରେଜ ନିର୍ମାଣ, ସହରର ବାସହୀନ ଲୋକମାନଙ୍କୁ ଗୃହ ଯୋଗାଣ, ପୁରୁଣା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସାଳୟଠାରେ ଚାଲୁଥିବା ଅର୍ବାନ ପିଏଚ୍ସିକୁ ଅର୍ବାନ ସିଏଚ୍ସିରେ ରୂପାନ୍ତରିତ କରିବା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ଆଦି ପ୍ରସଙ୍ଗ ଉପରେ ନୀରବଚ୍ଛିନ୍ନ ଜନଆନ୍ଦୋଳନ ଗଢି ତୋଳିବାକୁ କଂଗ୍ରେସ ସଂକଳ୍ପ ନେବା ଅପରିହାର୍ଯ୍ୟ । ଏହି କ୍ଷେତ୍ରରେ ସେ କେନ୍ଦ୍ରାପଡା ସହରବାସୀଙ୍କୁ ପୂର୍ଣ୍ଣ ସହଯୋଗ ପାଇଁ ସେ ନିବେଦନ କରିଥିଲେ । ନଗର କଂଗ୍ରେସ କମିଟିର ଏହି ବୈଠକରେ ଏକ ସପ୍ତାହ ମଧ୍ୟରେ ବୁଥ କମିଟି ଗଠନ ପ୍ରକ୍ରିୟା ଶେଷ କରିବା ଓ ପ୍ରତି ଦୁଇ ମାସ ବ୍ୟବଧାନରେ ନିୟମିତ ଭାବେ ନଗର କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ଆହୂତ କରିବା ଓ ପିସିସି ଶରତ ପଟ୍ଟନାୟକଙ୍କ ଆଗାମୀ ସେପ୍ଟେମ୍ବର ମାସରେ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମକୁ ସବୁଦୃଷ୍ଟିରୁ ସଫଳ କରିବାକୁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା । ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଆଇନଜୀବୀ ରଘୁନାଥ ଶତପଥୀଙ୍କ ଅକାଳ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ପୂର୍ବତନ ନଗରପାଳ ଅକବର ଅଲ୍ଲୀ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ପୂର୍ବତନ କାଉନସିଲର ହିବଜୁର ରହେମାନ୍, ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି, କାଉନସିଲର ତୁଳସୀ ହେମ୍ବ୍ରୀ, କାଉନସିଲର ରମେଶ ଚନ୍ଦ୍ର ଦାସ, ବରିଷ୍ଠ କଂଗ୍ରେସ ନେତା ଚାନ୍ଦବାବୁ, ପୂର୍ବତନ କାଉନସିଲର ଧରଣୀଧର ସୁଆର, ବିସିସି ସାଧାରଣ ସମ୍ପାଦକ ଜନ ମେକାପ, ବରିଷ୍ଠ କଂଗ୍ରେସ ନେତା ଗଣେଶ ମେକାପ, କାଳୀପ୍ରସାଦ ପଣ୍ଡା, ଆଦିତ୍ୟ ପତି, ଫୁଦାନ ବିବି, ଲିଙ୍ଗରାଜ କର, ଆଇନଜୀବୀ ବିଭୂତିଭୂଷଣ ଦାସ, ପିସିସି ସାଧାରଣ ସମ୍ପାଦକ କମଳାକାନ୍ତ ବେହେରା, ଅଧୀର କୁମାର ସ୍ୱାଇଁ, ସୁବାଷ ଚନ୍ଦ୍ର ମାହାଳିକ, ଅମୀର ଖାଁ, ଉତ୍କଳ କେଶରୀ ଜେନା, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସିର୍ଦ୍ଧାର୍ଥ ଜେନା ଓ ବରିଷ୍ଠ କଂଗ୍ରେସ ନେତା ରଘୁନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।










