ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଏମଏନ ହାଇ ସ୍କୁଲ ପଡ଼ିଆ ଠାରେ ସ୍ୱାଧୀନତା ଦିବସ ପାଳିତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇ ସ୍କୁଲ ପଡିଆ ଠାରେ ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତେ³ାଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଆଜିର ଦିବସ ଅକ୍ଲାନ୍ତ ପରିଶ୍ରମ କରି ଦେଶ ପାଇଁ ସ୍ୱାଧୀନତା ଆଣିଥିବା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ କରାଯାଉଛି । ଏହି ମାଟିର ସନ୍ତାନ ମାନେ ସ୍ୱାଧୀନତା ଆଣିବାକୁ ଅନେକ ପ୍ରଚେଷ୍ଟା କରିଛନ୍ତି । ସେମାନଙ୍କ ଉଦ୍ୟମ ପାଇଁ ଆଜି ଆମେ ସ୍ୱାଧୀନତା ଉତ୍ସବ ପାଳୁଛୁ । ନବୀନ ସରକାରଙ୍କର ୫ଟି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ପ୍ରଶଂସନୀୟ । ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମୃଦ୍ଧଶାଳୀ ନୂଆ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ  ବିଧାୟକ  ପ୍ରକାଶ କରିଥିଲେ । ଦେଶର ଉନ୍ନତି ପାଇଁ ନିଜର ସ୍ୱାର୍ଥକୁ ବଳି ଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବାକୁ ସେ ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦେଇଛନ୍ତି ।  ଆମ ପଟ୍ଟାମୁଣ୍ଡାଇ କଲେଜର ଛାତ୍ରୀ ଭାଗ୍ୟଶ୍ରୀ ଦାସ ଗଣତନ୍ତ୍ରଦିବସରେ ଓଡିଶାରୁ ପ୍ରତିନିଧିତ୍ୱ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି ବୋଲି ବିଧାୟକ କହିଛନ୍ତି ।

ଏହି ଉତ୍ସବରେ ପୌର ଅଧକ୍ଷ ହେମନ୍ତ ସାହୁ,ଆଇ ଆଇ ସି ରଂଜିତ ମହାନ୍ତି ,ପ୍ରଫେସର ଦୁର୍ଯ୍ୟୋଧନ ପରିଡା , ଜାତୀୟଦିବସ ପାଳନ କମିଟି ସମ୍ପାଦକ ବିଜୟ ସାହୁ, ଗୋପୀନାଥ ତ୍ରିପାଠୀ, କାଉନସିଲର ଗୋପୀ ବଲ୍ଲଭ ନାୟକ,  ପ୍ରମୋଦ ଜେନା, ପ୍ରଦୀପ ପ୍ରଧାନ, ବୀର କିଶୋର ଦାସ, ନୃସିଂହ ଚୌଧୁରୀ, ପ୍ରମୋଦ ସାହୁ, କାଉନସିଲର ପ୍ରଶାନ୍ତ ବାରିକ ଓ ମୃତ୍ୟୁଞ୍ଜୟ ପାଢ଼ୀ, ବୁଢ଼ା ଲେଙ୍କା, ଅଶୋକ ଧଳ, ଶ୍ରୀକାନ୍ତ ରାଉତ, ଯୁବନେତା ଦିଲ୍ଲୀପ ଜେନା,ଏମଡିଫିରଦୋଷ, ଚିତ୍ରଶିଳ୍ପୀ ସଂଜୀବ କର,ରାଜେନ୍ଦ୍ର ଦାଶ ଦେବାଶିଷ ପ୍ରଧାନ, ଖବରଦାତା ଅକ୍ଷୟ ସାହୁ, ସୁର୍ଯ୍ୟନାରାୟଣ ଦାଶ, ପତିତପାବନ ଭଦ୍ର, ଅନିଲ ଚୌଧୁରୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଇ ଅବସରରେ ବିଭିନ୍ନ ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ବିଧାୟକ ମାନପତ୍ର ଓ କପ ପ୍ରଦାନ କରିଥିଲେ ।


ସେହିପରି ପଟ୍ଟାମୁଣ୍ଡାଇ ବିଜୁ ଜନତାଦଳ କାର୍ଯ୍ୟାଳୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ପତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ୧୭ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରଞନ କୁମାର ବିଶ୍ୱାଳ, ବୁଢା ଲେଙ୍କା, ରାଜେନ୍ଦ୍ର ମିଶ୍ର୍ର ପ୍ରମୁଖ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଦ୍ୟୁତ ଅଫିସରେ ଏସ.ଡି.ଓ ସ୍ମୃତିରଞନ ରଥ ପାତାକା ଉତୋଳନ କରିଥିଲେ । ଏଥିରେ ଆଇନଜିବୀ ଭିମସେନ୍ ପରିଡା ଓ ଅନ୍ୟ କର୍ମଚାରି ମାନେ ଅଂଶଗ୍ରହଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଶୁଭ୍ରାଂଶୁ ସାହୁ ପାତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ଉଠାଜଳସେଚନ କାର୍ଯ୍ୟାଳୟରେ ଇଂ. ରବିନାରାୟଣ ମହାନ୍ତି ପତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ଜଳସଂପଦ କାର୍ଯ୍ୟାଳୟରେ ଏସଡିଓ ପ୍ରଭାତ କୁମାର ସାହୁ ପାତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ଏସଡିପିଓ ଅଫିସରେ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ ପାତାକ ଉତୋଳନ କରିଥିଲେ । ଏହାଛଡା ପଟ୍ଟାମୁଣ୍ଡାଇର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ସ୍ଥାନରେ ପତାକା ଉତୋଳନ ହୋଇଯାଇଛି ।


Discover more from

Subscribe now to keep reading and get access to the full archive.

Continue reading