
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖ ଏକ ପାନ ଦୋକାନ ଆଗରୁ ବାଇକ ଚୋରି କରିବା ସମୟରେ ସ୍ଥାନୀୟ ଲୋକେ ଚୋରକୁ ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଯୁବକ ଜଣକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ପୁରୁଣା ମାର୍କେଟ କମ୍ପେ୍କ୍ସ ପାଖ ଏକ ପାନଦୋକାନ ପାଖରୁ ବୁଧବାର ସଂନ୍ଧ୍ୟା ସାଢେ ୮ ଟା ବେଳେ ୩ ଜଣ ଅଜଣା ଯୁବକ ଆସି ଏକ ବାଇକକୁ ଖୋଲି ନେଉଥିବା ବେଳେ ପାଖ ଦୋକାନୀ ଦେଖି ଚୋରଚୋର ବୋଲି ଚିତ୍କାର କରିଥିଲେ । ଉପସ୍ଥିତ ସ୍ଥାନୀୟ ଲୋକମାନେ ଦୌଡ଼ି ଆସିବାରୁ ୨ ଜଣ ଚୋର ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ବାଇକ ଚୋରିକରୁଥିବା ଜଣେ ଲୁଟେରାକୁ କାବୁ କରିନେଇଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ବାଇକ ଲୁଟେରାକୁ ପଟ୍ଟାମୁଣ୍ଡାଇ ଥାନାକୁ ଆଣି ଅଟକ ରଖିଛନ୍ତି ।











