କେନ୍ଦ୍ରାପଡ଼ା ସହରରେ ଅଜଣା ଗାଡିକୁ ନେଇ ଆତଙ୍କ



କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ସହରରେ ଏକ ଅଜଣା କାରକୁ ନେଇ କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିବା ପରେ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇଥିଲା । ଏଥିସହ ସେହି କାର ଛାଡି ପଳାଉଥିବା ୨ଜଣଙ୍କୁ କାବୁ କରିନେଇ ଟାଉନ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସଂପୃକ୍ତ କାରଟିକୁ ଜବତ କରିଥିବା ଥାନା ସୁତ୍ରରୁ ଜଣାପଡିଛି । ଖବର ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଏକ ଇଷତ ଧଲା ରଙ୍ଗର କାର ହଠାତ କେନ୍ଦ୍ରାପଡା ପୈାର କାର୍ଯ୍ୟାଳୟ ସମ୍ମୁଖ ମଝି ରାସ୍ତାରେ ଅଟକି ଯାଇଥିଲା । ସେଥିରେ ନିଶାଶକ୍ତ ଅବସ୍ଥାରେ ବସିଥିବା ୩ଜଣ ସନ୍ଦିଗ୍ଧ ଯୁବକ କାରରୁ ଓହ୍ଲାଇ ପଳାଇ ଯାଉଥିଲେ । ପୈାରସଂସ୍ଥାର ସୁରକ୍ଷା ଦାୟୀତ୍ୱରେ ଥିବା ସୁରକ୍ଷାକର୍ମୀ ଜଣଙ୍କ ସେମାନଙ୍କୁ ଅଟକାଇ ରାସ୍ତା ମଝିରେ କାର ରଖିଦେଇ କାହିଁକି ପଳାଇଯାଉଛ ବୋଲି ପଚାରିବାରେ ସେମାନେ ହଠାତ ଦୈାଡିବାକୁ ଲାଗିଲେ । ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା ଯେ ହୁଏତ ସେହି ଗାଡି ଭିତରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ସୁରକ୍ଷାକର୍ମୀ ଜଣଙ୍କ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିନେଇ ସ୍ଥାନୀୟ ପୋଲିସ ଫାଣ୍ଡିକୁ ଖବର ପଠାଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚି ସେହି ଦୁଇଜଣଙ୍କୁ ଟାଉନ ଥାନାକୁ ନେଇଯିବା ସହିତ ସଂପୃକ୍ତ କାରକୁ ଯାଞ୍ଚ କରି ଥାନାକୁ ନେଇଯାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading