ମଣି ସାହୁ ହତ୍ୟା ଘଟଣାରେ ଜଣେ ଗିରଫ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ତପାଟଣା ଗ୍ରାମରେ ଗତ ଜୁଲାଇ ୨୩ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ଘଟିଥବା ମଣି ଚରଣ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗୋଟିଏ ପରିବାରର ବାପ ଏବଂ ତାଙ୍କର ଦୁଇ ପୁଅ ଓ ଏମାନେ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ । ସେବେଠାରୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ବାମଦେବ ନନ୍ଦ ଏହି ହତ୍ୟାକାଣ୍ଡ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ଆଜି ସକାଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ଥାନା ଆଇଆଇସି ନନ୍ଦ ପୋଲିସ ବାହିନୀ ସହ ଚଢ଼ାଉ କରି ପଟ୍ଟାମୁଣ୍ଡାଇରୁ ଅଭିଯୁକ୍ତ ଅର୍ଜୁନ ମହାରଣା ( ବାପା) କୁ ଗିରଫ କରି ଥାନାକୁ ଆଣିଥିଲେ । ପୁଅ ଦୁଇ ଜଣ ବିପିନ ମହାରଣା ଓ ଗୁନୂଆ ମହାରଣା ଏବେ ମଧ୍ୟ ଫେରାର ଅଛନ୍ତି । ଗ୍ରାମାଂଚଳ ଥାନା କେସ ନମ୍ୱର ୪୫୦/୨୩ରେ ଅଭିଯୁକ୍ତ ଅର୍ଜୁନ ମହାରଣାଙ୍କୁ ଗିରଫ କରି ସ୍ଥାନୀୟ ପୋଲିସ ଆଜି କୋର୍ଟ ଚାଲାଣ କରିଛି ।


Discover more from

Subscribe now to keep reading and get access to the full archive.

Continue reading