କେନ୍ଦ୍ରାପଡ଼ା ଜିଲ୍ଲା ସୈନିକ ସଙ୍ଘ ତରପରୁ ଲଦାଖ ସଡ଼କ ଦୁର୍ଘଟଣାରେ ସହୀଦ ହୋଇଥିବା ଯବାନ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା  ପୂର୍ବତନ ସୈନିକ ସଂଘ ତରପରୁ ପୂର୍ବତନ ସୈନିକ ମାନେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଦୀପ ପ୍ରଜ୍ୱଳନ କରି ଲଦାଖ ଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ ଜଣ ସହୀଦ ଯବାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯବାନଙ୍କ ପାଇଁ ଆସୁ ଆରୋଗ୍ୟ କାମନା କରାଯାଇଥିଲା । ସହୀଦ ପରିବାର ସଦସ୍ୟ ମାନଙ୍କୁ ଏହି ଦୁଖଦଃ ସମୟରେ ପରିବାରଙ୍କୁ ଦେଶବାସୀ ଓ ସରକାର ସହଯୋଗର ହାତ ବଢାଇବା ପାଇଁ କେନ୍ଦ୍ରାପଡ଼ା ପୂର୍ବତନ ସୈନିକ ସଂଘ ତରପରୁ ନିବେଦନ କରାଯାଇଛି ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସହିଦସ୍ତମ୍ଭ ନିକଟରେ ସହିଦମାନଙ୍କ ପାଇଁ ଦୁଇ ମିନଟ ନିରବ ପ୍ରାଥନା କରାଯବା ପରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କ୍ୟାପଟେନ ଅଭୟ କୁମାର ଲେଙ୍କା, ବାୟୁ ସୈନିକ ଅକ୍ଷୟ କୁମାର ସାହୁ, ସୁଶାନ୍ତ ସ୍ୱାଇ, ହୃଷିକେଶ ସୁତାର, ବ୍ରଜସୁନ୍ଦର ବିଶ୍ୱାଳ, ଅଖୟ କୁମାର ସ୍ୱାଇଁ, ଆମର କୁମାର ଦାସ, ସୁବେଦାର ପ୍ରଦୀପ କୁମାର ସାହୁ, ସମାଜସେବୀ ରଂଜିତ କୁମାର ସିଂ, ପ୍ରେ‘ସର ବିଜୟ କୁମାର, ସୁବେଦାର ଭକ୍ତ ବନ୍ଧୁ ବେହେରା, ସନାତନ ସାହୁ, ଆଲୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading