ଉପର ମୁଣ୍ଡ ଜମି ଶୁଖିଲା ପଡିଛି ଖାଲୁଆ ଜମିରେ ପାଣି ଲହରି ମାରୁଛି ଡ୍ରେନେଜ ନାଳ ପୋତି ହେଲାଣି କାଡା କେନାଲର ସତା ନାହିଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚଳିତ ଖରିଫ୍ ଚାଷ ବିଳମ୍ବରେ ଆରମ୍ଭ ହୋଇଛି । ବର୍ଷା ନଥିବାରୁ ଚାଷୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି । ଗତ କିଛିଦିନ ପୂର୍ବେ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଜୋର ଧରିଛି । ବର୍ତମାନ ସୁଦ୍ଧା […]
Day: 27 August 2023
କେନ୍ଦ୍ରାପଡ଼ା, ୨୭ା୮: ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ନିସ୍ୱାର୍ଥପର ସେବକ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ୨ୟ ବାର୍ଷିକ ସ୍ମରଣ ସଭା ଅବସରରେ ସଂକଳିତ ସ୍ମରଣିକା “ଫେରିଆସ ଡାକ୍ତର”ର ଉନ୍ମୋଚନ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଶାନ୍ତି ନିକେତନ […]
କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି କୁମାର ହସନ୍, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ମକର ଦାସ, ସମାଜସେବୀ ବାବାଜୀ ପରିଡା, ମଣିପୁର ଦଙ୍ଗାରେ ମୃତାହତ ହୋଇଥିବା ବ୍ୟକ୍ତିବିଶେଷ ଓ ଦୁର୍ଘଟଣାରେ ଦେହାନ୍ତ […]
କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ ଲୀଳା କରୁଛନ୍ତି । ସେଥିମଧ୍ୟରେ ଭାଇ ଓ ଭଉଣୀର ଅତୁଟ ପ୍ରେମ ବନ୍ଧନର ଅନ୍ୟତମ ଉଦାହରଣ ହେଉଛି ଗହ୍ମା ପୂର୍ଣ୍ଣମୀ ବା ରକ୍ଷା ବନ୍ଧନ ଉତ୍ସବ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଶ୍ରୀକ୍ଷେତ୍ରରୁ ଜଗତଜନନୀ ମା’ […]
କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚାନ୍ଦବାଲି ଅଞ୍ଚଳରୁ ବେଆଇନ କୋଇଲା ପିକ୍ ଅପ୍ ଭ୍ୟାନ୍ ଯୋଗେ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଗାଡିଟିକୁ ଧରିବାକୁ ଚେଷ୍ଟା କରିଥିଲା […]
କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ସଦରଥାନା ପୋଲିସ ଆଜି ତିନି ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କଦଳୀବାଡି ଗ୍ରାମର ବାପା ପୁଅ ଓ ମା କୁ ଏକ ବଧୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ସମସ୍ତେ ୨୦୧୬ ମସିହାରୁ ଫେରାର ଥିଲେ ବୋଲି ସଦରଥାନା ଆଇଆଇସି ସରୋଜ କୁମାର ସାହୁ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଫେସର ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ବୈଷ୍ଣବ ଚରଣ […]
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର ଏକ ପୌଧା” ଅନ୍ତର୍ଗତ ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ ସାରା ଭାରତ ବର୍ଷରେ କୋଣ ଅନୁକୋଣରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଯଥା ସ୍ମାଇଲପ୍ଲିଜ ଫାଉଣ୍ଡେସନ, ନିସ୍ୱାର୍ଥ […]










