ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୫ ତମ ସ୍ୱାୟତଶାସନ ଦିବସ ପାଳିତ


ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩୫ ତମ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ସାଢେ ୫ ଟା ବେଳେ ପରିଷଦ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିବା ବେଳେ ୮ ଟାରେ ପୌରଧ୍ୟକ୍ଷ ହେମନ୍ତ ସାହୁ ଜାତୀୟ ପତକା ଉତୋଳନ କରିଥିଲେ । ଏହାପରେ ପୌରାଂଚଳ ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ ଓ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ପୂର୍ବାହ୍ନରେ  ପୌର ସମ୍ମିଳନୀ ଗୃହରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା । ପୂର୍ବହ ୧୧ଟାରେ ବାଇପାସ ଠାରେ ସମ୍ବିଧାନ ପ୍ରଣେତା ଡ. ବି.ଆର ଆମ୍ଭେଦକରଙ୍କ ପ୍ରତିମୂର୍ତିକୁ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ  କରିଥିଲେ ।

ପୌର ପରିଷଦର ନିର୍ମାଧିନ କାର୍ଯ୍ୟ।ଳୟ ସମ୍ମୁଖରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀସାହୁ କହିଥିଲେ ପଟ୍ଟାମୁଣ୍ଡାଇ ପୌର ପରିଷଦ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗତ ୫ବର୍ଷରେ ପ୍ରାୟ ୧୫୦ କୋଟି ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ଐତିହ୍ୟ ପରମ୍ପରାର ମୁକସାକ୍ଷୀ କଚେରୀ ପୋଖରୀ ପୁନଃରୁଦ୍ଧାର ୧.୫କୋଟି, ସ୍ମାର୍ଟ ସ୍ମଶାନ ୧.୫କୋଟି, ସ୍ମାର୍ଟ ପାର୍କ ପାଇଁ ୨ କୋଟି, ଇନଡୋର ଷ୍ଟାଡିଅମ ୯ କୋଟି, କଷଣଅଂଟା କ୍ରିଟିକାଲ କେୟାର ହସ୍ପିଟାଲ ୩୭ କୋଟି, ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ୨୨ କୋଟି, ନୂତନ ବାଇପାସ ନିର୍ମାଣ ପାଇଁ ୨୦ କୋଟି, ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୧୫ କୋଟି, ୪ଟି କଲ୍ୟାଣ ମଣ୍ଡପ ପାଇଁ ୧୨ କୋଟି, ସମସ୍ତ ୱାର୍ଡରେ ଫ୍ଲେବର ରୋଡ଼ ପାଇଁ ୧୫ କୋଟି ଟଙ୍କା ଓ ନୂତନ ଅତ୍ୟାଧୂନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮.୫କୋଟି ଟଙ୍କା ମଂଜୁର କରାଯାଇଛି । ଏଥି ସହିତ ଏମ ଏନ ହାଇସ୍କୁଲ, କଷଣଅଂଟା ଆଦି ୪ଟି ହାଇସ୍କୁଲ ରୂପାନ୍ତକରଣ ପାଇଁ ୨ କୋଟି ଓ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତ ପରେ ପୌରାଂଚଳ ଧର୍ମାନୁଷ୍ଠାନ ବିକାଶ ପାଇଁ ୧ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ବିଶୁଦ୍ଧ ପାନୀୟ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିଥିବାବେଳେ ପରିମଳ ବ୍ୟବସ୍ଥାକୁ ସୁନିୟଂତ୍ରିତ କରିବା କଷଣଅଂଟା ଓ ମାଟିଆ ଠାରେ ଦୁଇଟି ଡାପିଙ୍ଗ ୟାର୍ଡ ନିର୍ମାଣ କରାଯାଇଛି । ପଟ୍ଟାମୁଣ୍ଡାଇ ପୌରାଂଚଳର ସମସ୍ତ ୱାର୍ଡରେ ଉଜ୍ୱଳ ଆଲୋକିକରଣ ବ୍ୟବସ୍ଥା ପାଇଁ ଅର୍ଥ ମଂଜୁର କରାଯାଇ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ଏକ ସରସ ସୁନ୍ଦର ସ୍ୱଚ୍ଛ ଓ ସମୃଦ୍ଧ ପୌରପରିଷଦ ଗଢିବା ପାଇଁ ବିଧାୟକ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ପଟ୍ଟାମୁଣ୍ଡାଇ ପୌରପରିଷଦ ବିକାଶ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଯୋଗାଇ ତାଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ ।

ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ଉପାଧ୍ୟକ୍ଷା ଜୟନ୍ତୀ ସ୍ଵାଇଁ, ଆମ୍ଭେଦକର ସ୍ମୃତି ପରିଷଦ ସଭାପତି ବାରେଣୀ ସେଠୀ, ସମ୍ପାଦକ କାଉନସିଲର ଗୋପୀବଲ୍ଲଭ ନାୟକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ସ୍ୱାୟତଶାସନ ଦିବସରେ ପୌରପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏଇ ଅବସରରେ ପୌରପରିଷଦର କାଉନସିଲର,ନିର୍ବାହୀଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପୌର ଉପାଧକ୍ଷା ଅନୁପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ପୌରପରିଷଦର ସମସ୍ତ କାଉନସିଲର, କର୍ମଚାରୀ, ଦଳିତନେତା ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ, ପ୍ରଫୁଲ୍ଲ ଦାଶ, ମାମିନି ପଣ୍ଡା, ଇତିଶ୍ରୀ ଦାଶ, ହୃଷିକେଶ ନାଥ ପ୍ରମୁଖ ପରିଚାଳନା କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading