କେନ୍ଦ୍ରାପଡାର ୟୁନିୟନ ବ୍ୟାଙ୍କ ଆନୁକୂଲ୍ୟରେ ବାରୋଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ୟୁନିୟନ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ସରୋଜ କୁମାର ରାଉତ, ଆର୍‌ଏବିଡି ମୁଖ୍ୟ ପୁଷ୍ପାଞ୍ଜଳୀ ରାଉତ, ଜିଲ୍ଲା ମିଶନ ଶକ୍ତି ଡିପିସି କୈଳାସ ସେନାପତି ଯୋଗ ଦେଇ ଋଣ ସହାୟତାରେ ମହିଳାମାନେ ସ୍ୱାବଲମ୍ବି ହେବା ସହିତ […]

ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ପଦଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଜଳା କଂଗ୍ରେସ କାର୍ଯ୍ୟାଳୟରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ସହରର ତିନିମୁହାଣୀଠାରେ ନିର୍ମିତ ଦାଣ୍ଡିଯାତ୍ରା ସ୍ମାରକୀ […]

କେନ୍ଦ୍ରାପଡ଼ା, ୭ା୯: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୁଁ ବି ମିତା’ ଅଭିଯାନ । ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ କହିଥିଲେ ଯେ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟର୍‌ମାନଙ୍କର ପ୍ରମୂଖ ଭୂମିକା ରହିଛି […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଂଚାୟତ ନୂଆଡିଆ ଶାରଦା ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇପଡ଼ିଛି । ଏହି ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ପ୍ରାୟ ୯୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଥି ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନିକଟରେ ପଟ୍ଟାମୁଣ୍ଡାଇ ବ୍ଲକ […]

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାକୁ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ବର୍ଷବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତ୍ତର ହେବାକୁ ବସିଛି । ଜିଲ୍ଲା ପ୍ରଶାସନର ସମସ୍ତ ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ […]

ଓଡିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧୋତ୍ସବ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାନ ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁସରେ ସହରର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶନି ଘାଟଠାରେ ତିଳତର୍ପଣ ପୂର୍ବକ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ମୃତି କମିଟିର ସଭାପତି ଫକୀର ଚରଣ […]

  କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ତରାପୁରସ୍ଥିତ ମା’ ଶାରଳାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜନ୍ମେଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଦୁର୍ଗାପୂଜାରେ ମା’ ଶାରଳାଙ୍କ ପୀଠରେ ଦୈନଦିନ କାର୍ଯ୍ୟକ୍ରମ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଆସନ୍ତା ମୂଳା ଅଷ୍ଟମୀ ଠାରୁ ମା’ଙ୍କର ଶୋଡଷ ଉପଚାର ସହିତ ଦଶହରା ପର୍ଯ୍ୟନ୍ତ […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳରେ ଅଘୋଷିତ ବିଦ୍ୟୁତକାଟ ହେଉଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ନେଇ ଅଂଚଳବାସୀ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଏହାର ପ୍ରତିବାଦରେ ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବିଦ୍ୟୁତ ବିଭାଗ ସେକ୍ସନ କାର୍ଯାଳୟ ଘେରାଉ କରିବା ସହିତ ତୁରନ୍ତ […]

  କେନ୍ଦ୍ରାପଡ଼ା, ୬ା୯: କେନ୍ଦ୍ରାପଡା ସହରରେ ଆସନ୍ତା ଗଣେଶପୂଜା ଉପଲକ୍ଷେ ଗଣେଶପୂଜା ସମନ୍ୱୟ ସମିତିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଖଡିଅଙ୍ଗସ୍ଥିତ ମଣିମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର ସଭାପତି ଭାବଗ୍ରାହୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସହରର ୩୦ଟି ମେଢର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆସନ୍ତା ୧୯ତାରିଖରେ ଗଣେଶ ପୂଜା ସହରର ୩୦ଟି ମଣ୍ଡପରେ ଅନୁଷ୍ଠିତ […]

ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ଅଧିକାର ନିୟମ ଅନୁଯାଇ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ତଥ୍ୟ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ଏକ ଉଲ୍ଲେଖନୀୟ ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପଟ୍ଟାମୁଣ୍ଡାଇ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଆଇନ ଅନୁମୋଦିତ ଭାବେ ଦଣ୍ଡିତ କରିବା ପଟ୍ଟାମୁଣ୍ଡାଇ ଅଂଚଳର […]

ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ ଲାଗି ୧୦କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ମୁଣ୍ଡକାଟ ପାଇଁ ଯଦି ଏହି ପୁରସ୍କାର ରାଶି ପର୍ଯ୍ୟାପ୍ତ ନ ହୁଏ ତେବେ ଏହାର ପରିମାଣ ସେ ବୃଦ୍ଧି କରିବେ ବୋଲି ପରମହଂସ କହିଛନ୍ତି । ପରମହଂସ କହିଛନ୍ତି ଯେ ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ […]

ନୂଆଦିଲ୍ଲୀ,୬ା୯: ସାରା ବିଶ୍ୱ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ପ୍ରଥମେ କୋଭିଡ-୧୯ ଓ ତା ପରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱକୁ ସଂକଟ ମୁହଁକୁ ନେଇଯାଇଛି । ଏଥିରେ ଦେଖା ଦେଇଥିବା ମାନ୍ଦାବସ୍ଥା ସାରା ବିଶ୍ୱରେ ବେକାରୀ ସମସ୍ୟାକୁ ଉତ୍କଟ କରିଛି । ଆର୍ଥିକ ସଂକଟ ଯୋଗୁ ବଡ଼ ବଡ଼ କମ୍ପାନୀମାନେ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଏହି […]