
ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ପକ୍ଷ ରୁ ଉଦୟନିଧି ଷ୍ଟଲିନ ଦେଇଥିବା ସନତାନି ବିରୋଧ ମନ୍ତ୍ୟବକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ ଚପଲ ମାଡ଼ କରାଗଲା କିଛି ଦିନ ତଳେ ତାମିଲନାଡୁର ଏକ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ ମଲେରାଇଆ ସହ ତୁଳନା କରି କହିଥିଲେ । ଯେ ସନାତନ ଧର୍ମ ସମ୍ପୂର୍ଣ୍ଣ ନାଶ ହେବ ଦରକାର । ଯାହାକୁ ନେଇ ପୁରା ଦେଶ ସାରାବିରୋଧ ଦେଖିବାକୁ ମିଳିଥିଲା । ତେବେ ସେନା ତରଫରୁ ଏହାକୁ ଦୃଢ଼ ବିରୋଧ କରାଯିବ ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଅଛି । ସେନାର ସଭାପତି ପପୁନ କୁମର ସ୍ୱାଇଁ କହିଛନ୍ତି ଯେ ଯଦି ସେ ଏଥି ପାଇଁ କ୍ଷମା ନ ମାଗନ୍ତି ଆଗାମୀ ଦିନରେ ବଳଦେବ ସେନା ଓ ହିନ୍ଦୁ ସମାଜ ରାଜ ରାସ୍ତାକୁ ଓଲାହିବ । ତେବେ ବାରମ୍ବାର ଏହି ପରି ଘଟଣା ଘଟୁଥିବା ବେଳେ ସରକାର କାହିଁକି ଏଥି ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଏକ ଦୁର୍ଭାଗ୍ୟ ଜନକ । ସନାତନ ଧର୍ମ ସର୍ବବୃହତ ଧର୍ମ ଆମ ଭାରତ ପରି ପବିତ୍ର ମାଟିର ଏପରି ଅପବିତ୍ର ଭାଷା ବିନାଶ କାଳେ ବିପରୀତ ବୁଦ୍ଧି ବେତିତ କିଛି ନୁହେଁ ଏଥିରେ ଉପଦେଷ୍ଟା ନିରଞ୍ଜନ ମେକାପ ,ସମ୍ପାଦକ, ଅମର କୁମାର ବାରିକ, ମୁଖପାତ୍ର,ଜୋତ୍ୟିରଞ୍ଜନ ପତ୍ରି,ସାରଦା ପ୍ରସନ୍ନ ରାଉତରାୟ, ଶ୍ରୀକାନ୍ତ ଜେନା, ଆଲୋକ ସାହୁ,ପିଙ୍କୁ ସାହୁ,ନୃସିଂହ ପତ୍ରି, ଜଗବନ୍ଧୁ ପତ୍ରି,ମହେଶ୍ୱର ପତ୍ରି, ଶଶୀକାନ୍ତ ସୁଆର,ଗଗନ ପତ୍ରି, ପ୍ରଫୁଲ ପତ୍ରି,ବାବାଜୀ ପତ୍ରି ଆହୁରି ଅନେକ ସେବୟତ ସେନା ସଦସ୍ୟ ଯୋଗ ଦେଇଥିଲେ ।











