ଗରାପୁର ଶିବାନନ୍ଦ ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ



କେନ୍ଦ୍ରାପଡ଼ା, ୮ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ନଗର ପରିକ୍ରମା, ସଙ୍କୀର୍ତ୍ତନ, ବୃକ୍ଷରୋପଣ, ଗଗନ ଆଚାର୍ଯ୍ୟଙ୍କ ଦ୍ୱାରା ରୁଦ୍ରାଭିଷେକ ଓ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଭଜନ ପରିରେଷଣ କରାଯାଇଥିଲା । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କର ପାଦପୂଜା କରିଥିଲେ । ଏହାପରେ ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନ ଦର୍ଶନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀମା ଗୁରୁଦେବଙ୍କ ସମ୍ପର୍କରେ ବକ୍ତବ୍ୟ ରଖି କହିଥିଲେ ଯେ ଆଜିକାଲିର ଅବକ୍ଷୟମୁଖୀ ସମାଜରେ ସମସ୍ତେ ସନ୍ଥ ଶିରୋମଣୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ବରାଳ, ଦେବେନ୍ଦ୍ର ସାମନ୍ତ, ସୁନାକର ରାଉତ, ବାମଦେବ ନାୟକ, ଶ୍ରୀଧର ରାଉତ, ମଞ୍ଜୁଳା ନାୟକ, ଆଶ୍ରମର ଉପସଭାପତି ଡଃ କାଳି ପ୍ରସନ୍ନ ଶତପଥୀ, ମହେନ୍ଦ୍ର ସୁନ୍ଦର ରାଉତ, ରୀତାଞ୍ଜଳି ନାଥ, ନଳିନୀ କୁମାରୀ ମହାନ୍ତି, ଲିଲି ସିଂ, ଶ୍ରୀଧର ମହାନ୍ତିଙ୍କ ସମେତ ଗରାପୁର, କପାଳେଶ୍ୱର, ଆଳିଜଙ୍ଗା ପ୍ରଭୃତି ଗ୍ରାମଗୁଡିକର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏବଂ ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଗହଣରେ ଆଶ୍ରମ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା ।ଚଳିତମାସ ୨୪ତାରିଖରେ ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ଆଶ୍ରମ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ବ୍ରହ୍ମଚାରୀ ନୃସିଂହ ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ

Fri Sep 8 , 2023
ଅଟୋନୋମି ଟିମ ଗସ୍ତର ୮ଦିନ ପୂର୍ବରୁ ୭୧ଲକ୍ଷ ବ୍ୟୟ ଦର୍ଶାଇ ହରିଲୁଟ ଅଭିଯୋଗ କେନ୍ଦ୍ରାପଡ଼ା, ୮ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ କଲେଜ ଅର୍ଥ ହରିଲୁଟ ହୋଇଥିବା ଘଟଣା ପଦାକୁ ଆସିବାରେ ଲାଗିଛି । ପୂର୍ବରୁ ମହାବିଦ୍ୟାଳୟ ଅଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ପ୍ରାୟ ୩୦ଲକ୍ଷ ଟଙ୍କା ହରିଲୁଟ ହୋଇଥିବା, ଚାରା ରୋପଣରେ ୫ହଜାରକୁ ୪୦ହଜାର ଦର୍ଶାଇ ୩୫ହଜାର ଟଙ୍କା ହଡପ କରାଯାଇଥିବା ବେଳେ,ଗାନ୍ଧୀ […]

KANIKA