ଅରଡ଼ପଲ୍ଲୀ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ସମିତିସଭ୍ୟା ସରିତା ବେହେରା,ସମାଜସେବୀ ସତ୍ୟବ୍ରତ ଚୌଧୁରୀ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ ଓ ଭତାକୁ ମିଶାଇ ସମୁଦାୟ ୧୦ ଆପତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିରେ ୨ ଜଣଭତା ପାଇଁ ଆବେଦନ କରିଥିବାବେଳେ ୨ କେସିସି ଡ଼ାଇରୀ ପାଇଁ ଆବେଦନ କରିଥିଲେ । ଏଥି ସହିତ ୨୦ଜଣ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ୫୦ ଗାଇଗୋରୁଙ୍କୁ ଟୀକା ଦିଆଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା, ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ, ଏସଇଓ ଉଦାର ସୁନ୍ଦର ସ୍ୱାଇଁ, ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି, ବ୍ଲକ ସମାଜକଲ୍ୟାଣ ଅଧିକାରିଣୀ ସସ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ଉମେଶ ସେଠୀ, ବ୍ଲକ ଉଦ୍ୟାନ ଅଧିକାରୀ, ବ୍ଲକ ପଶୁସମ୍ପଦ ଅଧିକାରୀ ପ୍ରମୁଖ ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।


Next Post

ମେଡିକାଲ କଲେଜ ଦାବିରେ ଗଣଧାରଣାକୁ ସପ୍ତାହେ ପୁରିଲା,ଆନ୍ଦୋଳନରେ ସାମିଲ ହେଲା କିଷାନ କଂଗ୍ରେସ

Mon Sep 11 , 2023
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ଆଜି ସପ୍ତାହେ ପୁରିଛି । ଆନ୍ଦୋଳନକାରୀମାନେ ପ୍ରଶାସନ ସହ ଏକ ବଡ ଧରଣର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସରକାରଙ୍କ ପକ୍ଷରୁ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ସତେ ଯେପରି କେନ୍ଦ୍ରାପଡା ଜିଲ୍ଲାର ବିକାଶ ପ୍ରସଙ୍ଗରେ ସରକାର ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଆନ୍ଦୋଳନ ଚଳାଇଥିବା […]

KANIKA