ଅରଡ଼ପଲ୍ଲୀ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ସମିତିସଭ୍ୟା ସରିତା ବେହେରା,ସମାଜସେବୀ ସତ୍ୟବ୍ରତ ଚୌଧୁରୀ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ ଓ ଭତାକୁ ମିଶାଇ ସମୁଦାୟ ୧୦ ଆପତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିରେ ୨ ଜଣଭତା ପାଇଁ ଆବେଦନ କରିଥିବାବେଳେ ୨ କେସିସି ଡ଼ାଇରୀ ପାଇଁ ଆବେଦନ କରିଥିଲେ । ଏଥି ସହିତ ୨୦ଜଣ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ୫୦ ଗାଇଗୋରୁଙ୍କୁ ଟୀକା ଦିଆଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା, ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ, ଏସଇଓ ଉଦାର ସୁନ୍ଦର ସ୍ୱାଇଁ, ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି, ବ୍ଲକ ସମାଜକଲ୍ୟାଣ ଅଧିକାରିଣୀ ସସ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ଉମେଶ ସେଠୀ, ବ୍ଲକ ଉଦ୍ୟାନ ଅଧିକାରୀ, ବ୍ଲକ ପଶୁସମ୍ପଦ ଅଧିକାରୀ ପ୍ରମୁଖ ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading