ଚିକିତ୍ସା କାରାଇ ଫେରିବା ବାଟରେ ଆନ୍ଧ୍ରରେ ଆମ୍ବୁଲାନ୍‌ସ୍ ଦୁର୍ଘଟଣା: ପଟ୍ଟାମୁଣ୍ଡାଇ ଓ ଆଳି ଅଂଚଳର ୪ଜଣ ମୃତ


ଏମିତି ବି ଆସେ ମୃତ୍ୟୁ ଚାହୁଁଚାହୁଁ ଚାଲିଗଲା ଅକାଳର ପରିବାରର ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍ରେ ଚିକିତ୍ସା କରାଇ ଆମ୍ବୁଲାନ୍ସ୍ରେ ଫେରିବା ବାଟରେ ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍ର୍କକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ଝିଅ, ଜ୍ୱାଇଁ, ଦୁଇ ଶ୍ୱସୁର ୪ଜଣଙ୍କର ମୃତ୍ୟୁ ଘଟିଛି ଜଣେ ଆହତ ହୋଇଛନ୍ତି ମୃତ ବ୍ୟକ୍ତିମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଗ୍ରାମର ତ୍ରୀଲୋଚନ ନାୟକ (୫୫) ସାନଭାଇ ବିଜୟ ନାୟକ (୫୩) ଆଳି ଅଙ୍ଗାରକ୍ଷ ଗ୍ରାମର ଝିଅ ରଶ୍ମିତା (ଲିଲିମା) ସାହୁ (୩୭) ଜ୍ୱାଇଁ ଉମେଶ ସାହୁ (୪୩) ବୋଲି ଜଣା ପଡିଛି

ଖବରରୁ ପ୍ରକାଶ ଯେ , ଗତ ୧୫ ଦିନ ପୂର୍ବରୁ ଉମେଶ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରେଇ ହସ୍ପିଟାଲ କିମସ୍ରେ ଚିକିତ୍ସିତ ହେଉଥିବା ବେଳେ ଉନ୍ନତ ଚିକିତ୍ସାପାଇଁ ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍କୁ ରେଫର କରିଥିଲେ ଗତ ଦିନ ପୁର୍ବେ ସ୍ତ୍ରୀ ଲିଲିମା ତାଙ୍କ ବାପା ତ୍ରୀଲୋଚନ ଦାଦା ବିଜୟଙ୍କ ସହିତ କିମସର ନିଜସ୍ୱ ଆମ୍ବୁଲାନ୍ସରେ ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍କୁ ଯାଇଥିଲେ ମାତ୍ର ଭିକ୍ଟୋରିଆ ହସ୍ପିଟାଲ୍ ଡାକ୍ତର ଗୁରୁବାର ରୋଗୀକୁ ଯାଂଚ କରାଇ ଫେରାଇ ଦେଇଥିଲେ ସେମାନେ ଉକ୍ତ ଆମ୍ବୁଲାସ୍ନରେ ଫରୁଥିବା ବେଳେ ଶୁକ୍ରବାର ଭୋରୁ ବାଙ୍ଗାଲୋରତିରୁପତି ଜାତୀୟ ରାଜପଥ ଆନ୍ଧ୍ରପ୍ରଦେଶର ଚିତୂର ଜିଲ୍ଲା ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଂଚଳରେ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ଲିଲିମା, ଉମେଶ, ତ୍ରିଲୋଚନ ବିଜୟଙ୍କର ମୃତ୍ୟୁ ହୋଇଥିଲା ବୋଲି ବିଜୟଙ୍କ ପରିବାରଙ୍କ ପକ୍ଷରୁ ଜଣାପଡିଛି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଆହତଙ୍କୁ ଚିତୂର ସରକାରୀ ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡିଛି । 


Discover more from

Subscribe now to keep reading and get access to the full archive.

Continue reading