ମଦ ପିଇବାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ , ଜଣେ ମୃତ


କେନ୍ଦ୍ରାପଡ଼ା ଜିଲ୍ଲା  ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଶାସନ ଗ୍ରାମରେ ଦୁଇ ଯୁବକ ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳି ହେବାରୁ ଜଣେ ଆଉ ଜଣଙ୍କୁ ଛୁରା ଭୁଷି ଦେଇଥିଲା । ଯାହାଫଳରେ ଯୁବକ ଗୁରୁତର ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଯେ ଚାରିଗାଁର ଅମର ମଲ୍ଲିକଙ୍କ ପୁଅ ତ୍ରିଲୋଚନ ମଲ୍ଲିକ (୨୫)କୁ ଦେହରେ ଛୁରୀ ଭୂଷି ହତ୍ୟା କରିଛି ବୋଲି ନିକିରାଇ ଥାନାରେ ଅଭିଯୋଗ ହୋଇଛି । ବନ୍ଧ ମହାପୁରୁଷଙ୍କ ପାଖରେ ଆଜି ଦିନ ୧୦ଟା ସମୟରେ ତ୍ରିଲୋଚନ  ମଦ ପିଉଥିଲେ । ସେ ସ୍ଥାନଟି ଅତି ନିଛାଟିଆ ହୋଇଥିବାରୁ ସେହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରନ୍ତି ନାହିଁ । ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳି ହେବାରୁ ତ୍ରିଲୋଚନ ଦେହରେ ଛୁରା ଭୁଷି ଦେଇଥିଲା । ଯାହାଫଳରେ ତ୍ରିଲୋଚନ ଗୁରୁତର ହୋଇଯାଇଥିଲା । ଯୁବକକୁ ପରିବାର ଲୋକମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୁଖ୍ୟ ଆସାମୀ ଫେରାର ହୋଇଯାଇଛି । ନିକିରାଇ ଥାନା ପୋଲିସ ସେହି ଗ୍ରାମର ୩ଜଣ ଯୁବକଙ୍କୁ ଧରିନେଇ ଥାନାରେ ଅଟକ ରଖି ଏକ ମାମଲା ଋଜୁ କରି ତଦନ୍ତ ଜାରି ରଖିଛି ।


Discover more from

Subscribe now to keep reading and get access to the full archive.

Continue reading