ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍‌ଙ୍କ ଜୟନ୍ତୀ


କେନ୍ଦ୍ରାପଡ଼ା,୨୮ା୯ : ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଆଜି କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ୫ହଜାରରୁ ଉର୍ଦ୍ଧ୍ୱ ମୁସଲମାନ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ହାଇସ୍କୁଲ ଛକଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ନୂଆ ଇଦଘା ପଡିଆଠାରେ ପହଞ୍ଚିଥିଲା । ଏଥିରେ ୨୫ରୁ ଅଧିକ କମିଟି ବସ୍ତିର ଲୋକମାନେ ଭାଗ ନେଇଥିଲେ । କେନ୍ଦ୍ରାପଡାର ଦିଲାରପୁର, ଇମାମବାଡା, ବଡହାଟ, ଇଦଘାମହଲା, ମନକରପୁର, ଗରାପୁର, ଦୁହୁରିଆ, ଦାଉଦପୁର, ଖଡିଅଙ୍ଗ, କଜଳା, କ୍ୟୁରେସି ମହଲା, ରଣପଡା, କନିଆଜୋର, ପୋଷ୍ଟଅଫିସ ଲେନ, ଜୟୀପୁରା, କୁମାରିଆ, ମନକରପୁର, ମେଡିକାଲ ରୋଡ, ଜେଲରୋଡ ଏବଂ ବହୁ କମିଟି ଓ ବସ୍ତିର ଲୋକମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରାକାରୀମାନେ ଶାନ୍ତି ଶୃଙ୍ଖଳାସହ ଧାର୍ମିକ ଭାବନାରେ ମସଗୁଲ ହୋଇଯାଇ ଥିବାର ଦେଖାଯାଇଥିଲା ଏବଂ ଶୋଭାଯାତ୍ରା ନୂଆ ଇଦଘା ପଡିଆରେ ପହଞ୍ଚ ଥିଲା । ନୂଆ ଇଦଘା ପଡିଆରେ ଜସନେ- ଇଦ୍‌-ମିଲାଦୁନ ନବି କମିଟିର ସଭାପତି ସେକ୍ ତଜମୁଲ ହୋସେନଙ୍କ ପୈାରହିତ୍ୟର ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍ମାମବାଡା ମସ୍‌ଜିଦର ଇମାମ ହାଫିଜ କମାଲୁଦ୍ଦିନ ହବିିବି ଓ ଜୁମା ମସ୍‌ଜିଦର ଇମ୍ମାମ ମୈାଲାନା ଅଜମତୁଲ୍ଲା ହସମତି ସାହାବ ଏବଂ ସାହିର ମୌଲାନା ଓ ସାୟରମାନେ ହଜରତ ମହମ୍ମଦ ଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋକପାତ କରି ଓ ମହମ୍ମଦଙ୍କ ବାଣୀ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ ଏବଂ ଭାତୃଭାବ, ମାନବସେବା ଓ ଏକତା ବିଷୟରେ ଆଲୋକପାତ କରିଥିଲେ । ଏହି ଧର୍ମସଭାରେ ଧର୍ଯ୍ୟର ସହିତ ଲୋକମାନେ ବସି ବାଣୀ ଶୁଣିଥିଲେ । ଏହି ଉତ୍ସବ ଉପଲକ୍ଷେ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ତୋରଣ ବା ଗେଟ୍‌, ରଙ୍ଗବେରଙ୍ଗର ଆଲୋକମାଳାରେ ସହରର ମୁଖରିତ ହୋଇଉଠିଥିଲା । ନୂଆ ଇଦ୍‌ଘା ପଡିଆଠାରେ ଧର୍ମ ସଭାରେ ସଲାତୋ ସଲାମ ପରେ ଦୁଆ କରାଯାଇ ସିରନି ବଣ୍ଟନ କରାଯାଇଥିଲା । ଏହି ଧାର୍ମିକ ଶୋଭାଯାତ୍ରାକୁ ସୟଦ ନୁର୍ ଉଦ୍ଦିନ, ଗୟାସୁଜିନ ଖାଁ, ହାଜି ମହମଦ୍ ଫାରୁକ, ହାଜି ସୟଦ ଅହେସାନ ଅଲି, ମୁକ୍ତାର ଖାଁ, ସେକ୍ ଇନାୟତ(ଚନ୍ଦନ), ସେକ୍ ଗୋଫ୍ରାନ, ସୌକତ ଖାଁ, ମହମ୍ମଦ ବଦ୍ରୁଜ ଜମାନ, ତାଜୁଦ୍ଦିନ ଖାଁ, ଏଜାଜ ଖାଁ , ସଲିମ ଖାଁ, ସେକ ମତ. ସୟଦ ଅକମଲ ଅଲ୍ଲୀ ଓ ଅନ୍ୟମାନେ ପରିଚାଳନା କରିଥିଲେ । କେନ୍ଦ୍ରାପଡା ପୌରପରିଷଦ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରଞ୍ଜିତ ସାହୁ, ରାଜେଶ ପଣ୍ଡା, ଉମେଶ ନାୟକ, ପ୍ରଫୁଲ୍ଲ ଦାସ, ଇଂ ମୁରଲୀଧର ସେଠୀ, ଉତ୍କଳ କେଶରୀ ପରିଡା ରାଜେଶ ମହାନ୍ତି, କମଳାକାନ୍ତ ବେହେରା,ପ୍ରବିର ମହାନ୍ତି, ଗିତାଞ୍ଜଳୀ ସେଠୀ,ମିର ଅମିର, ହିବଜୁର ରହେମାନ, ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖ ମହାପୁରୁଷ ହଜରତ୍ ସଲାହୋ ଓ ସଲମଙ୍କ ଜୟନ୍ତୀ ଉପଲକ୍ଷେ ପୁରୁଣା ବସଷ୍ଟାଣ୍ଡଠାରେ ଉପସ୍ଥିତ ରହି ମୁସଲମାନ ଭାଇମାନଙ୍କୁ ଶୁଭେଛା ଜଣାଇଥିଲେ ।


Next Post

ଗାଙ୍ଗପଡା ପଞ୍ଚାୟତ କଂଗ୍ରେସ କମିଟି ପୁର୍ନଃଗଠିତ

Thu Sep 28 , 2023
କେନ୍ଦ୍ରାପଡ଼ା, ତା୨୮/୦୯: ଗାଙ୍ଗପଡା ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଭରସିଂହଠାରେ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଞ୍ଚାୟତ କଂଗ୍ରେସ କମିଟିର ପୁର୍ନଃଗଠନ କରାଯାଇ ଅଙ୍କୁର ଚରଣ ଦାସଙ୍କୁ ପୁର୍ନବାର ସଭାପତି ଭାବେ ନିର୍ବାଚିତ କରାଯାଇଛି । ଏହି କମିଟିରେ ଦିଲ୍ଲୀପ କୁମାର ରାଉତ, ରକିବ ଖାନ, ଅକ୍ଷୟ କୁମାର ଦାସ, ଡ଼ିସେମ୍ବର ଦାସ, ଭରତ ମଲ୍ଲିକ, ସବ୍ୟସାଚୀ […]

You May Like