ଆଲୋଚନା ଚକ୍ର କବିତା ପାଠ ଏବଂ ଇପତ୍ରିକା “ରାଜଶ୍ରୀ’ ଉନ୍ମୋଚିତ


କେନ୍ଦ୍ରାପଡା -୩୦/୯- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ପବିତ୍ର ଇନ୍ଦୁପୂର୍ଣ୍ଣିମା ଓ ଭାଗବତଜନ୍ମ ଅବସରରେ ଆଜି ଆକାଶୀୟ ବୈଠକ (ଭର୍ତ୍ତୁଆଲ)ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ରାଜଶ୍ରୀ “ଇପତ୍ରିକାର ସେପ୍େଟମ୍ବର ମାସ ସଂଖ୍ୟା “ରାଜଶ୍ରୀକୁ ଉନ୍ମୋଚନ କରାଯାଇଥିଲା । ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ସଂଯୋଜିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା । ଉଦ୍ଘାଟନୀ ସମ୍ଭାଷଣରେ ମୁଖ୍ୟ ଅତିଥି ପାଠକୀୟ ଅଭିରୁଚି ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ରାଜଶ୍ରୀ ଇପତ୍ରିକାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସୁନାମଧନ୍ୟ ନାଟ୍ୟକାର ଡ. ରମାକାନ୍ତ ନାୟକ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଲବ୍ଧପ୍ରତିଷ୍ଠ ଯାତ୍ରା ଅଭିନେତା ଦୈତ୍ୟାରୀ ପଣ୍ଡା, ସଚ୍ଚିକାନ୍ତ ନା. କବି ବିପିନ ବିହାରୀ ବାରିକ, ଇଂ ଭରତ ଚରଣ ବେହେରା ଓ ଡ. ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇ “ଜୀବନ ନିର୍ମାଣ ହିଁ ସାହିତ୍ୟର ସାଧନାଉପରେ ଆଲୋଚନା କରିବା ସହିତ ଇପତ୍ରିକାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଇତ୍ୟବସରରେ କଳାର ପ୍ରସାର ପାଇଁ ରାଜଶ୍ରୀ କଳା ଓ ମନୋରଞ୍ଜନ ବିଭାଗର ଏକ ଲୋଗୋକୁ ଅଭିନେତା ଦୈତ୍ୟାରୀ ପଣ୍ଡା ଉନ୍ମୋଚନ କରିଥିଲେ । ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ, କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ କବି ପ୍ରଣତି ମହାପାତ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପରେପରେ କବି ଶୋଭାମୟୀ ପତ୍ରୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ କବି ସର୍ବଶ୍ରୀ ପ୍ରତାପ କିଶୋର ରାଉତ, କୈଳାସ ଚନ୍ଦ୍ର ପାଢ଼ୀ, ସୁରେଶ ଚନ୍ଦ୍ର ରଥ, ମନୋଜ କୁମାର ଦାସ, ସୁଭଦ୍ରା ମହାପାତ୍ର , ଗାୟତ୍ରୀ ସିଂହ, ନିରୂପମା ପାଣି, ବନଲକ୍ଷ୍ମୀ ମହାନ୍ତି , ରତିନାରାୟଣ ରାଉତ, ବ୍ରଜସୁନ୍ଦର ସାହୁ, ଡ. ନିର୍ମଳ କୁମାର ନାୟକ, ରାଜକିଶୋର ମୁଣ୍ଡି, ନଗେନ୍ଦ୍ର କୁମାର ରାଉତ, ଜ୍ୟୋତ୍ସ୍ନା ରାଣୀ ସୂତାର, ରଶ୍ମିତା ନାୟକ, ପ୍ରମୋଦା ମଞ୍ଜରୀ ବଳ, ସୁଜାତା ରାଣୀ ଶତପଥୀ, ବୀଣାପାଣି ଚୌଧୁରୀ, ସନ୍ନିଭା ମିଶ୍ର ଦାଶ, ଶର୍ମିଷ୍ଠା ଦେବଯାନୀ, ମୋନାଲିସା ସିଂହ, ଧନେଶ୍ୱର ସେଠୀ, ମଞ୍ଜୁଶ୍ରୀ ବରାଳ ଏବଂ ସୀତାକାନ୍ତ ଜେନା ପ୍ରମୂଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସହସମ୍ପାଦିକା ସୁପ୍ରିୟା ସାହୁଙ୍କୁ ତାଙ୍କ ଜନ୍ମ ଦିବସ ଅବସରରେ ସଂସଦ ପକ୍ଷରୁ କେକ୍ କଟାଯାଇ ଶୁଭେଚ୍ଛା ଜଣାଇବା ପରେ ସେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

୫ଦଫା ଦାବି ନେଇ କେନ୍ଦ୍ରାପଡା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sun Oct 1 , 2023
କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ ୧୭ ଗୋଟି ରାଜ୍ୟ ଭଳି ଆମ ରାଜ୍ୟର ସାମ୍ବାଦିକ ମାନଙ୍କୁ ଭତ୍ତା ପ୍ରଦାନ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିକରୁ ଅଧିକ ଆକ୍ରିଡେସନ୍ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା […]

KANIKA