
କେନ୍ଦ୍ରାପଡା,୧/୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା କେନ୍ଦ୍ରୀୟବିଦ୍ୟାଳୟ ବାରିମୂଳଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୧ ଅକ୍ଟୋବର ଦିନ ୧୦ ବେଳେ ଏକ ଘଣ୍ଟା ଶ୍ରମ ଦାନ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିିକ୍ଷୟତ୍ରୀ ତଥା ଅଭିଭାବକ ମାନେ ବିଦ୍ୟାଳୟ ପରିସର, ନିକଟସ୍ଥ ସାହି ତଥା ଜେଲ୍ ପରିସରକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଜେଲ୍ ଅଧ୍ୟକ୍ଷ ଶଶିକାନ୍ତ ମହାଲିକ ଓ ସନ୍ଥପୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁଲତା ସାହୁ ପିଲାମାନଙ୍କୁ ସ୍ୱଚ୍ଛତାର ମହତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ସେ ମଧ୍ୟ କହିଥିଲେ ସମସ୍ତେ ନିଜ ଘର ଚାରିପାଖ ହେଉ କିମ୍ବା ସ୍ଥାନୀୟ ଅଞ୍ଚଳର ପରିବେଷକୁ ସଫାରଖିଲେ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା ପାଇବେ ବୋଲି ଅତିଥିମାନେ କହିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁଙ୍କ ନେତୃତ୍ୱରେ ସେକ ଇଦ୍ରିସ ଅଲ୍ଲି, ଅଶୋକ କୁମାର ମଲ୍ଲିକ, ଅଜୟ କୁମାର ସିଂ, ବିଜୟ କୁମାର, ମୋନାଲିସା ନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଓ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।











