କଟକ- ଚାନ୍ଦବାଲି ରାସ୍ତାରେ ଖାଲ ଯୋଗୁଁ ଦୂର୍ଘଟଣା ଘଟି ସ୍କୁଟି ଚାଳକ ଗୁରୁତ୍ତର


କେନ୍ଦ୍ରାପଡ଼ା, : କଟକ-ଚାନ୍ଦବାଲି ରାସ୍ତାର ଚଣ୍ଡିବଜାର ଠାରୁ ଚାନ୍ଦୋଳ ମଧ୍ୟରେ ଥିବା ରାସ୍ତାରେ ବହୁତ ଗୁଡିଏ ଖାଲଖମା ପରିପୂର୍ଣ୍ଣ ହୋଇଥିବାରୁ ସେହି ରାସ୍ତାରେ ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହୋଇଆସୁଛି । ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେହି ରାସ୍ତାରେ ଚଣ୍ଡିବଜାର ନିକଟସ୍ଥ ଜହ୍ନିମୂଳ ଗ୍ରାମର ନିରଞ୍ଜନ ମୁଦୁଲି ନାମକ ବ୍ୟକ୍ତି ଘରୁ ସ୍କୁଟିରେ ଚଣ୍ଡିବଜାରକୁ ଯାଉଥିବା ବେଳେ ତାଙ୍କ ସ୍କୁଟିର ଆଗ ଚକାଟି ଖାଲରେ ପଡିଯିବାରୁ ତାଙ୍କ ସ୍କୁଟିଟି ନିୟନ୍ତ୍ରଣ ହରାଇଥିଲା । ଏହି ସମୟରେ ସେହି ରାସ୍ତାରେ କଟକ ଯାଇଥିବା ଏକ ଘରୋଇ ବସ ନିରଞ୍ଜନଙ୍କ ଗୋଡରେ ଚଢିଯାଇଥିଲା । ଫଳରେ ନିରଞ୍ଜନଙ୍କୁ ଗୁରୁତ୍ତର ଅବସ୍ଥାରେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେହିପରି କଟକ-ଚାନ୍ଦବାଲି ରାସ୍ତାର ବାଲିଆ ପେଟ୍ରୋଲ ପମ୍ପ ନିକଟରେ ମଧ୍ୟ ଖାଲଖମା ସୃଷ୍ଟି ହୋଇ ଦୂର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।


Next Post

୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଓ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍‌

Sun Oct 1 , 2023
କେନ୍ଦ୍ରାପଡା,୧/୧୦- କେନ୍ଦ୍ରାପଡା ଜିଲ୍ଲାର ୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଏବଂ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍ ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ତାଇକୋଣ୍ଡୋ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଓ ଓଡିଶା ତାଇକୋଣ୍ଡୋ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାସ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସଭାପତି ସଞ୍ଜୟ କୁମାର ଜଗଦେବ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର […]

You May Like