ନାବାର୍ଡର ପ୍ରଚେଷ୍ଟା ଏବଂ ସହଯୋଗରେ କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମିଳିଲା



କେନ୍ଦ୍ରାପଡ଼ା,୩ା୧୦ : ବହୁ ପ୍ରତିକ୍ଷୀତ କେନ୍ଦ୍ରାପଡା ରସାବଳିକୁ ଶେଷରେ ଜି.ଆଇ. ଟ୍ୟାଗ ମିଳିଛି । ବହୁ ଘାତ ଓ ପ୍ରତିଘାତ ସତ୍ୱେ ନାବାର୍ଡର ପ୍ରଚେଷ୍ଟା ଓ ସହଯୋଗରେ କେନ୍ଦ୍ରାପଡା ରସାବଳିକୁ ଏହି ଜି.ଆଇ. ଟ୍ୟାଗ ମିଳିଛି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘ, ଭଗବାନପୁର ଏବଂ ରୁରାଲ ଇନଫାଷ୍ଟ୍ରକଚର ଡେଭଲପମେଣ୍ଟ ଆଣ୍ଡ ଏମ୍ପେ୍ଲାଏମେଣ୍ଟ(ରାଇଡ୍‌), ବଡବାରଙ୍ଗ(ଇଛାପୁର) କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମିଳିବା ପାଇଁ ଗତ ତା ୧୩.୧୨.୨୦୨୧ରିଖରେ ସଂପୃକ୍ତ ସଂସ୍ଥାକୁ ୮୦୨ନମ୍ବରରେ ଆବେଦନ କରିଥିଲେ । ଉଭୟ ଆବେଦନପତ୍ରକୁ ନାବାର୍ଡ ପକ୍ଷରୁ “ହ୍ୟୁମାନ ୱେଲଫେୟାର ଆସୋସିଏସନ(ଏଚ.ଡବ୍ଲୁ.ଏ.)” ନାମକ ଏକ ଅନୁଷ୍ଠାନ ମାଧ୍ୟମରେ ଜି.ଆଇ. ଟ୍ୟାଗ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ସଂପୃକ୍ତ ଅନୁଷ୍ଠାନ ରସାବଳିର ଜି.ଆଇ. ଟ୍ୟାଗ ନିମନ୍ତେ ଉଭୟ ଆବେଦନ ପତ୍ର ଉପରେ କିପରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ସେଥିନିମନ୍ତେ ସଂଯୋଜକ ଭୂମିକା ଗ୍ରହଣ କରିଥିଲା । ଏସମ୍ପର୍କରେ ବହୁ ବାଦ ବିବାଦ ଦେଖାଦେଇଥିଲେ ବି ବହୁ ପ୍ରଚେଷ୍ଟା ଫଳରେ ଶେଷରେ କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମିଳିପାରିଛି ।

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମିଳିବା ପରେ ଦେଶ ଓ ବିଦେଶରେ ଏହା ଆଦୃତ ହେବା ଏବଂ ଏହାର ଚାହିଦା ବୃଦ୍ଧି ପାଇବା ସହିତ ରସାବଳି ବେପାରୀମାନଙ୍କର ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ । କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମିଳିଥିବାରୁ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘର ସମ୍ପାଦକ ବଳରାମ ସାହୁ, ରୁରାଲ ଇନଫାଷ୍ଟ୍ରକଚର ଡେଭଲପମେଣ୍ଟ ଆଣ୍ଡ ଏମ୍ପେ୍ଲାଏମେଣ୍ଟ(ରାଇଡ୍‌)ର ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ, ସରୋଜ କୁମାର ମହାନ୍ତି ପ୍ରମୁଖ ସଂପୃକ୍ତ ସଂସ୍ଥାକୁ ସାଧୁବାଦ ଜ୍ଞାପନ କରିଛନ୍ତି ।ଚକେନ୍ଦ୍ରାପଡାର ଅଧିବାସୀ ଏବଂ ବିଶେଷକରି ରସାବଳି ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।


Next Post

ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ମିନି ମାରାଥନ ଦୈାଡରେ ପ୍ରଥମ

Tue Oct 3 , 2023
କେନ୍ଦ୍ରାପଡା ରଣପଡାସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ର ସାହାଦତ ଖାନ ଜିଲ୍ଲାର ଆଳି ଠାରେ ଅନୁଷ୍ଠିତ ଶରତ କୁମାର ଦେବ (୫କିଲୋମିଟର) ମିନି ମାରାଥନ ଦୈାଡରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲ ପରିସରରେ ଅଧ୍ୟକ୍ଷ ସାଇରା ପରୱିନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି […]

You May Like