ନୋଟିସ ଦେବାକୁ ଆସି ହଟହଟା ପୋଲିସ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଶନିବାର ବଡମହନପୁର ପଂଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି । ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଂଚ ମାଗୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ପୋଲିସ ଆସିଥିବା ଗାଡିର ଚାବି ଛଡାଇ ନେଇ ପୋଲିସ ବାବୁଙ୍କୁ ଘେରି ଯାଇଥିଲେ ।

ସୂଚନା ଅନୁସାରେ ଗତ ଅଗଷ୍ଠମାସ ୨୨ ତାରିଖରେ କୃଷକମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ । ବିକ୍ଷୋଭରେ ରାଜ୍ୟର ବହୁ କୃଷକ ସାମିଲ ହୋଇଥିବା ବେଳେ ପ୍ରାୟ ୬ ଶହରୁ ଉର୍ଦ୍ଧ୍ୱ ଚାଷୀଙ୍କ ନାମରେ କମିଶନରେଟ୍ ପୋଲିସ ପକ୍ଷରୁ ୧୦୭ ଦଫାରେ ମାମଲା ରୁଜୁ ହୋଇଛି । ସେହିପରି କେନ୍ଦ୍ରାପଡା ଜିଲ୍ଳାରୁ ପ୍ରାୟ ୭୫ ଜଣଙ୍କ ବିରୋଧରେ ଏହି ମାମଲା ମଧ୍ୟ ରୁଜୁ ହୋଇଛି । ଏନେଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଣିପାଳ ଗାଁର ସମ୍ପୃକ୍ତ ଥିବା କେତେକ ଚାଷୀଙ୍କୁ କମିସନରେଟ୍ ପୋଲିସ ପକ୍ଷରୁ ମଧ୍ୟ ସମନ କରାଯାଇଛି । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାର ପୋଲିସ କର୍ମଚାରୀ କଣିପାଳ ଗ୍ରାମର କେତେକ ଚାଷୀଙ୍କୁ ସମନ ଦେବାକୁ ଆସି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଏହା ଜାଣି କେତେକ ଚାଷୀ ପ୍ରତିବାଦ କଲାପରେ ପୋଲିସ ବାବୁ ଜଣଙ୍କ ହଟହଟା ହେବା ସହିତ ଲାଂଚ ମାଗୁନ ନଥିଲି ଖରାରେ ବୁଲୁଥିବାରୁ ଖୁସିରେ ଶହେ ଦୁଇ ଶହ ଟଙ୍କା ଦେବାକୁ କହିିଥିଲି ବୋଲି କହିଥିଲେ । କେତେକ ଚାଷୀଙ୍କ ଠାରୁ ନେଇଥିବା ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି ବୋଲି ଚାଷୀ ଅଭିରାମ ମଳିକ, ସୁନାକର ଦା. ଦୋଳଗୋବିନ୍ଦ ସାହ,ୁ ନବନିର୍ମାଣ କୃଷକ ସଂଘଠନର ଉପଦେଷ୍ଟା ଦାଶରଥୀ ସାହୁ ପ୍ରମୁଖ କହିଛନ୍ତି । ତେବେ ଟଙ୍କା ଫେରାଇବା ପରେ ମଧ୍ୟ ଗ୍ରାମବାସୀ ଶାନ୍ତ ପଡିନଥିଲେ । ପୋଲିସ ବାବୁ ଯେଉଁ ଗାଡିରେ ଆସିଥିଲେ ସେହି ଗାଡିର ଚାବିକୁ ଛଡାଇ ନେଇ ଆଇଆଇସି ଓ ଏସପି ଆସିଲେ ଚାବି ଦେବେ ବୋଲି କହିଥିଲେ । ଲାଂଚ ମାଗି ଗାଁ ମଝିରେ ପୋଲିସ ହଟହଟା ହେବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏନେଇ ଏସଡିପିଓ କ୍ଷମାସାଗର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଏବିଷୟରେ ଅନୁଧ୍ୟାନ କରି ରିର୍ପୋଟ ଦିଆଯାଇଛି ।


Next Post

କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Mon Oct 9 , 2023
କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୈାରି ଚନ୍ଦ୍ର ସାହୁଙ୍କ ପୈାରହିତ୍ୟରେ ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଘର ଆବାହକ ସରୋଜ କୁମାର ମହାନ୍ତି, ଉପଦେଷ୍ଟା ଭୁବନମୋହନ ଜେନା ଓ ଦେବେନ୍ଦ୍ର ସୁଆର ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦୀର୍ଘ ୩ ବର୍ଷ ପରେ […]

KANIKA