କେନ୍ଦ୍ରାପଡା ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ


ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଶନଶକ୍ତି ସ୍କୁଟର୍‌ ଯୋଜନାର ଶୁଭାରମ୍ଭ ପରେ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍କୁଟର ବଣ୍ଟନ କରାଯାଇଛି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍କୁଟର ବଣ୍ଟନ କରାଯାଇଛି ।

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧ୍ୱକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବୀନ୍ଦ୍ରକୁମାର ପ୍ରଧାନଙ୍କ ଉପସ୍ଥିତିରେ ଏହି ସ୍କୁଟରବଂଟନ କରାଯାଇଥିଲା । ମିଶନ ଶକ୍ତିର ଗୋଷ୍ଠି ସହାୟକ ଏମ୍ବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, ଜିପିଏଫ୍ ଇସି ମେମ୍ବର, ବିଏସ୍‌ଏଫ୍ ଇସି ମେମ୍ବର, ଡିଏଲ୍‌ଏଫ୍ ଇସି ମେମ୍ବରଙ୍କୁ ଏହି ସ୍କୁଟର୍ ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଥିଲେ ଯେ ସଶକ୍ତ କେନ୍ଦ୍ରାପଡ଼ା ପାଇଁ ମହିଳା ସଶକ୍ତିକରଣ ଅପରିହାର୍ଯ୍ୟ । ରାଜ୍ୟ ସରକାରଙ୍କ ଏହି ଯୋଜନା ମହିଳା ସଶକ୍ତିକରଣକୁ ଆଗେଇନେବ ।

ମୋଟ୍ ୨୩୧୬ ଜଣ ଆବେଦନ କରିଥିବା ବେଳେ ସ୍କୁଟର ପାଇଁ ମୋଟ୍ ୪୫୮ ଜଣଙ୍କ ଋଣ ଗୃହୀତ ହୋଇଛି । ସେଥିମଧ୍ୟରୁ ଆଜି କେନ୍ଦ୍ରାପଡ଼ା ଓ ମହାକାଳପଡ଼ା ବ୍ଲକରୁ  ୬୦ ଜଣ ଲେଖାଏଁ ସ୍କୁଟର୍ ପାଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ସର୍ବାଧିକ ୮୦ଜଣ, ଡେରାବିଶରୁ ୪୬ଜଣ, ମାର୍ଶାଘାଇରୁ ୩୭ଜଣ, ରାଜକନିକାରୁ ୩୫ ଜଣ, ଆଳିରୁ ୨୨କଣ, ରାଜନଗରରୁ ୧୬ଜଣ ଓ ଗରଦପୁର ବ୍ଳକରୁ ୧୨ଜଣଙ୍କୁ ଏହି ସ୍କୁଟର୍ ମିଳିଛି । ଏହା ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସହ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବ । ଜିଲ୍ଲାରେ ଏହିଭଳି ମିଶନଶକ୍ତି ମାଭଉଣୀମାନଙ୍କୁ ପାଖାପାଖି ୬୦୦୦ ସ୍କୁଟର୍ ଯୋଗାଇଦେବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ଏଲ୍‌ଏମ୍ ମନୋଜ କୁମାର ପ୍ରଧାନୀ, ଆରଟିଓ ଧୀରେନ୍ଦ୍ର କୁମାର ନାୟକ, ଆଇସିଡିଏସ୍‌ର ପୋଗ୍ରାମ୍ ଅଫିସର୍ ସଂଯୁକ୍ତା ଶତପଥ, ମିଶନ ଶକ୍ତିର ବହୁ କର୍ମଚାରୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସ୍କୁଟର୍  ବଣ୍ଟନ ବେଳେ ଉପସ୍ଥିତ ଥିଲେ ।


Next Post

ପଟ୍ଟାମୁଣ୍ଡାଇ ତାଲୁକ ଆଇନି ସେବା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Thu Oct 12 , 2023
ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଏକ ଆଇନ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ଡାକ୍ତରଖାନ ସମ୍ମିଳନୀ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜେଏମଏଫସି କୋଟ୍ ଜଜ୍ ସମୀକ୍ଷା ମିହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମାନସିକ ରୋଗରେ ପୀଡିତ […]

You May Like