ମଦନପୁର ହାଇସ୍କୁଲରେ ଶିଶୁମହୋତ୍ସବ ସୁରଭି



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର ହାଇସ୍କୁଲ ଠାରେ ଲଷ୍ମୀସୁବଳ କ୍ଲଷ୍ଟର ପକ୍ଷରୁ ଶିଶୁମହୋତ୍ସବ ସୁରଭି ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସି ଆର ସି ମଳୟ ଜେନା, ରଞ୍ଜନ କୁମାର ସାହୁ, ବିଶ୍ୱରଞ୍ଜନ ଦାଶ, ସଂସାରଫଳ ସରପଂଚ ପ୍ରତିନିଧି ଶିବ ପ୍ରସାଦ ସାମନ୍ତରାୟ, ସମିତିସଭ୍ୟ ପର୍ଶୁରାମ ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଶିକ୍ଷାଧିକାରୀ ଅନିଲ କୁମାର ବଳ, ସୁଶାନ୍ତ ଦାସ, ସହଦେବ ରାଉତ, ଗୋବିନ୍ଦ ନାଥ ଓ ସ୍କୁଲ ପରିଚାଳନା କମିଟି ସଭାପତି ଶରତ ବେହେରା ପ୍ରମୁଖ ସମ୍ମାନ୍ଖଚ୍ଛ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସି ଆର ସି ସି ତ୍ରିଲୋଚନ ସ୍ୱାଇଁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ପ୍ରମୋଦ ମିଶ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ୧୬ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ହେମନ୍ତ ଦାଶ, ପୁଷ୍ପଲତା ମଲ୍ଲିକ, ପ୍ରିୟଦର୍ଶନୀ ଧଳ, ପ୍ରଜ୍ଞା ଶର୍ମା,ଲଷ୍ମୀ ସାହୁ ଓ ଆଶାଲତା ବେହେରା ପରିଚାଳନା କରିଥିବାବେଳେ ଭାରତୀ ଦାଶ, ପ୍ରଭାତ ଷଢଙ୍ଗୀ,ଅର୍ଚନା ଭଳ, ଦୁର୍ଗା ଚରଣ ଜେନା,ପଂଚାନନ ସାହୁ, ମନୋରଞ୍ଜନ ରଥ, ସ୍ୱାଗତିକା ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ବଡପଡାରେ ଶିଶୁ ମହୋତ୍ସବ ସୁରଭି

Fri Oct 13 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଉପ୍ରା ବିଦ୍ୟାଳୟ ଠାରେ ଉତ୍କଳମଣି ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ନିରାକାର ସେଠୀ ମୁଖ୍ୟଅତିଥି, ବଡପଡା କଲେଜ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ,ମାଟିଆପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ ଶତପଥୀ, ବାଲିଆ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ […]

KANIKA