ମଦ୍ରାସା ଆରବିୟା ତାଲିମୁଲ ଇସଲାମରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ


କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବୃତ୍ତି ସଂଯୋଜକ ବଳରାମ ପାଣି ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଶିକ୍ଷକ ସେକ ହେଦାୟାତୁଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମଦ୍ରାସାର ୩ଜଣ ଛାତ୍ରୀ ରେଶମି ବେଗମ, ନେହମିଜ ଫିରଦୋସ ଓ ମୁସକାନ ପରୱିନ ଜଗତସିଂହପୁର ଠାରେ ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତୃତୀୟସ୍ଥାନ ହାସଲ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଥିବାରୁ ସେମାନଙ୍କୁ ଏହି ଅବସରରେ ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।


Next Post

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

Fri Oct 13 , 2023
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କାଙ୍କଦିଆ ଗ୍ରାମର ନିଳମଣୀ ମଲିକଙ୍କ ପୁଅ ମୀନକେତନ ମଲିକ(୩୩) କହ୍ନଇପୁର ଗ୍ରାମ ରାସ୍ତାରେ ଏକ ପିକଅପ ଭ୍ୟାନ ଚଳାଇ ଯାଉଥିବା ବେଳେ ହଠାତ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଚାଳକ ତଳକୁ ଓହ୍ଲାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

You May Like