ପଟ୍ଟାମୁଣ୍ଡାଇ ବ୍ଳକରେ ମିଳିତ ଜନଶୁଣାଣୀ ଶିବିର,୧୧୬ ଅଭିଯୋଗ ଉପରେ କାର୍ଯାନୁଷ୍ଠାନ ନିର୍ଦେଶ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡ଼ା ଏସପି ସନ୍ଦୀପ ସମ୍ପଦ ମଡକର, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ପୌରନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ଗିରି, ଅତିରିକ୍ତ ତହସିଲଦାର ପ୍ରତୀଶା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପର୍ତି ଅଭିଯୋଗ ଶୁଣିଥିଲେ । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତା, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟଜଳ, କୃଷି, ଜଳସେଚନ, ଉଠାଜଳସେଚନ, ମହିଳା ଶିଶୁ ବିକାଶ, ସାଧାରଣବଂଟନ ଆଦି ବିଭିନ୍ନ ପ୍ରସଙ୍ଗରେ ୧୧୬ଟି ଅଭିଯୋଗ ଆଗତ କରାଯାଇଥିଲା । ସେଥିମଧ୍ୟରୁ ୧୧୩ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୩ଟି ସାମୁହିକ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲର ଅଭିଭାବକ ସଂଘ ତରଫରୁ ତପନ ଦାଶ, ଗୋପୀବଲ୍ଲଭ ନାୟକ ,ଗୋପୀନାଥ ତ୍ରିପାଠ., ମହେଶ୍ୱର ସାମଲ ପ୍ରମୁଖ ବହୁ ସଦସ୍ୟ ଏମ ଏନ ହାଇସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ନିଯୁକ୍ତି, ୫ଟି ରୁପାନ୍ତରିକରଣ ହୋଇଥିବା ୪ଟି ଶ୍ରେଣୀ ଗୃହ ୨ଟିରେ ସ୍ମାଟ ବୋର୍ଡ, ପାଂଚଟି ନୂତନ ଶ୍ରେଣୀ ଗୃହ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂ ହଲ ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀପତ୍ର ପ୍ରଦାନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପ୍ରମୁଖ ବାଇପାସ ବିଜୁ ପଟ୍ଟନାୟକ ଛକରେ ଯାତ୍ରୀ ବିଶ୍ରାମାଗାର, ଇକୋ ଶୌଚାଳୟ କାର୍ଯ୍ୟକ୍ଷମ କରିବା, ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତ କରାଇବା ସହିତ ଅଲ୍ଟ୍ରାସାଉଣ୍ଡ, ଏକ୍ସରେ କେନ୍ଦ୍ର କାର୍ଯ୍ୟକ୍ଷମ କରାଇବା, ପଟ୍ଟାମୁଣ୍ଡାଇ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ଏଠାରେ ଉତ୍ପାଦିତ ପନିପରିବା ପାଇଁ ଏକ ଶିତଳ ଭଣ୍ଡାର ନିର୍ମାଣ କରିବା, ଷଣ୍ଢ ବୁଲା ଗାଇ ଗୋରୁ ଓ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି ଏନେଇ ବୁଲା ଗାଇଗୋରୁଙ୍କୁ କାଞ୍ଜିଆ ବୁଦା ଓ ମାଙ୍କଡ଼ ମାନଙ୍କୁ ଧରି ଜଙ୍ଗଲରେ ଛାଡିବା ,ପଟ୍ଟାମୁଣ୍ଡାଇ କଚେରୀ ପୋଖରୀ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରିଣୀ ଡା ଅନିତା ପଟ୍ଟନାୟକ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ରଞ୍ଜନ କୁମାର ଲେଙ୍କା, ବ୍ଳକ ସହକାରୀ ଯନ୍ତ୍ରୀ ଜଳଧର ବେହେରା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ପୂର୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ରାଜଶ୍ରୀ ବେହେରା, ଗ୍ରାମ୍ୟଉନ୍ନୟନ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ ବିନୋଦ ଦାସ, ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ପ୍ରଭାତ ସାହୁ, ପଟ୍ଟାମୁଣ୍ଡାଇ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସୁଦାମ ସାହୁ, ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକ,ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ଆଦର୍ଶ ଥାନା ଅଧିକାରୀ ରଞିତ ମହାନ୍ତି, ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି,,ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ପ୍ରମୁଖ ଜିଲ୍ଲା ଓ ବ୍ଳକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଶେଷରେ ବ୍ଳକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ଶିବିରକୁ ମାନସ ନନ୍ଦ, ପ୍ରିୟରଞ୍ଜନ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading