କେନ୍ଦ୍ରପଡ଼ାର ଜିଲ୍ଲାରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ


ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମରେ ପ୍ରତି ପଂଚାୟତ ସହ ପ୍ରତ୍ୟେକ ଗ୍ରାମର ବିକାଶ ପ୍ରକ୍ରିୟା ଆଗକୁ ହେବ । ଏନେଇ ଗୁରୁବାର ରାଜଧାନୀ ଭୁବନେଶ୍ୱର ଠାରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୃର୍ଥ ଦିନରେ କେନ୍ଦ୍ରାପଡା ଜିଲାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବା ସହ ସଶକ୍ତ ଗ୍ରାମ ଗଠନର ଲକ୍ଷ୍ୟ ନେଇ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି  । ଭିତିଭୂମିର ରୂପାନ୍ତରଣ ସହ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ଗାଁରେ ସଶକ୍ତ ଓଡ଼ିଶାର ପ୍ରତିଛବି ଆଙ୍କିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ୧୨୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ କାର୍ଯ୍ୟକାରୀ ହେବ ୩ ହଜାର ୩୫୩ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ । ଏହି ପ୍ରକଳ୍ପଗୁଡ଼ିକୁ ସ୍ୱଚ୍ଛତା ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଛନ୍ତି ।

ଏହି ଅବସରରେ ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି କହିଥିଲେ ରୂପାନ୍ତରଣ ଆଜି ଆଣିଛି ‘ନବୀନ’ ଉଲ୍ଲାସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ବିଚାର କରି ମୁଖ୍ୟମନ୍ତ୍ରୀ ସଶକ୍ତ ଗ୍ରାମ ଗଠନର ‘ନବୀନ’ ସ୍ପର୍ଶ ଦେବା ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି । କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ୍ ୧୯କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପାଟକୁରା ବିଧାନସଭା ପାଇଁ ୨୫କୋଟି ୫୦ଲକ୍ଷ, ଆଳି ବିଧାନସଭା ପାଇଁ ୩୧କୋଟି ୫୦ଲକ୍ଷ, ରାଜନଗର ବିଧାନସଭା ପାଇଁ ୨୪କୋଟି, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୪କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ୪୯୬ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ପାଟକୁରା ପାଇଁ ୫୬୬ଟି ପ୍ରକଳ୍ପ, ଆଳି ପାଇଁ ୯୮୮ଟି ପ୍ରକଳ୍ପ, ରାଜନଗର ପାଇଁ ୬୨୭ଟି ପ୍ରକଳ୍ପ ଓ ମହାକାଳପଡ଼ା ପାଇଁ ୬୭୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପ୍ରତ୍ୟେକ ଗ୍ରାମର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟଜଳ ଆଦି ବିଭିନ୍ନ ପ୍ରକଳ୍ପର ଅତ୍ୟାଧୁନିକ ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଏହି ପ୍ରକଳ୍ପର ଶୁଭାରମ୍ଭ ପାଇଁ ସମସ୍ତ ୯ଟି ବ୍ଲକ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ମହାକାଳପଡ଼ାରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆଳିରୁ ମନ୍ତ୍ରୀ ପ୍ରତାପ ଦେବ, କେନ୍ଦ୍ରାପଡ଼ାରୁ ବିଧାୟକ ଶଶିଭୂଷଣ ବେହେରା, ରାଜନଗରରୁ ବିଧାୟକ ଧ୍ରୁବଚରଣ ସାହୁ, ଡେରାବିଶରୁ ବିଧାୟିକା ସାବିତ୍ରୀ ଅଗ୍ରୱାଲ, ମାର୍ଶାଘାଇରୁ ଜିଲ୍ଲାପରିଷଦ , ପଟ୍ଟାମୁଣ୍ଡାଇ ବ୍ଲକରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବାଲିପାଟଣା ସରପଂଚ ଅଜିତ ନାୟକ, ଗରଦପୁରରୁ  ସମ୍ବୋଧନ କରି ଓଡ଼ିଶା ବିକାଶ ମହାପର୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ଗାଁରେ ସଶକ୍ତ ଓଡ଼ିଶାର ପ୍ରତିଛବି ଆଙ୍କିବା ପାଇଁ ନିରନ୍ତର ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ:୩୧ ପଂଚାୟତ ପାଇବେ ୧୫ କୋଟି ୫୦ ଲକ୍ଷ

Thu Oct 19 , 2023
ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକରେ ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ ଆଭାସୀ ଯୋଗେ ଉଦଘାଟନ କରିବା ସହିତ ବ୍ଲକର ୩୧ଟି ପଂଚାୟତର ୩୭୬ ପ୍ରକଳ୍ପ ପାଇଁ ୧୫ କୋଟି ୫୦ଲକ୍ଷ ଟଙ୍କା ମଂଜୁର କରିଥିଲେ […]

You May Like