ରାଜନଗରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ୨୯ଟି ପଚାଂୟତ ପାଇଁ ୧୪କୋଟି ୫୦ଲକ୍ଷ ଅର୍ଥ ମଂଜୁର


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହିଁଷାସୁର ପଚାଂୟତ ପଡିଆରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ନିଶାନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ରାଜନଗର ବ୍ଲକର ୨୯ଟି ପଚାଂୟତ ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୧୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ପ୍ରକାଶ କରିଥିଲେ । ଏହି ଅର୍ଥ ମୁଖ୍ୟତଃ ମହିଳା ଓ ଯୁବ ସଶକ୍ତିକରଣ, କ୍ରୀଡା, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ କ୍ଷେତ୍ରରେ ବିନିଯୋଗ କରିବାକୁ ନିଷ୍ପତି ହୋଇଥିବା କହିଥିଲେ । ଏତଦ୍‌ବ୍ୟତୀତ ଶକ୍ତିପୀଠ ପଚୁଂବରାହୀ, କେରଡାଗଡର ଜଗନ୍ନାଥ ମନ୍ଦିର ଓ ବାୟା ବାବାମଠ ସହ ବ୍ରାହ୍ମଣୀ ନଦୀର କେରଡାଗଡ-ଏକମାଣିଆ ଘାଟ ନିକଟରେ ପୋଲ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା ହୋଇଥିବା ୫-ଟି ସଚିବ ଭିକେ ପାଣ୍ଡିଆନ ସୂଚନା ଦେଇଥିଲେ । ଏହି ଅର୍ଥ ସ୍ୱଛ ଭାବେ ବିନିଯୋଗ କରି ନିଜ ଅଂଚଳରେ ପ୍ରକଳ୍ପ କାର୍ଯ୍ୟକୁ ସୂଚାରୁ ରୂପେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ରାଜନଗର ବିଧାୟକ ଧୃବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଧାୟକ ଶ୍ରୀ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନଗର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯେଉଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି, ଆମ ଓଡିଶା ନବୀନ ଓଡିଶା ତାହାର ଏକ ନିଦର୍ଶନ । ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ୨୨କୋଟି ଟଙ୍କା ମଂଜୁର କରିଥିବା ପ୍ରକାଶ କରିଥିଲେ । ଏହାବାଦ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ୪ଶହ କୋଟି ଟଙ୍କା ମଂଜୁର କରି ଉପାନ୍ତ ଅଂଚଳର ପାନୀୟଜଳ ସମସ୍ୟା ଦୂରୀକରଣ କରିବାକୁ ଯେଉଁ ପ୍ରଚେଷ୍ଟା ହୋଇଛି । ସେଥିପାଇଁ ମୁଁ ମୋର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଥିଲେ । ଏଥିସହିତ ମାନ୍ୟବର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷଚନ୍ଦ୍ର ଗୁଡିଆ, ଜିଲ୍ଲା ପରିଷଦ ସଭ୍ୟା ଖୁକୁମୀନା କୁଅଁର, ସରଂପଚ ନିରଂଜନ ରାଉତ, ଶୈଳେନ୍ଦ୍ର ମିଶ୍ର, ଅଶୋକ ମହାନ୍ତି, ଗୋଲେଖ ସ୍ୱାଇଁ, ସୁଶ୍ରୀସଙ୍ଗୀତା ମିଶ୍ର, ସମିତି ସଭ୍ୟ ପ୍ରଶାନ୍ତକୁମାର ରାଉତ(ଲିପୁ), ସମିତି ସଭ୍ୟା ସଶ୍ମିତା ସ୍ୱାଇଁ, କଟକ କେନ୍ଦ୍ର ସମବାୟ ପରିଚାଳନା ପରିଷଦ ନିର୍ଦ୍ଦେଶକ ଅରୁଣ ସାହୁ, ନରହରି ଜେନା, ବଜୟ ନାୟକ, ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସରଂପଚ ପୁଷ୍ପଲତା ପାତ୍ର, ଇତିଶ୍ରୀ ମହାପ।।ତ୍ର, ବୀଣାପାଣୀ ପ୍ରଧାନ, ପ୍ରସନ୍ନ ପରିଡା, ବୈଦେହୀ ସେଠୀ, ସମିତି ସଭ୍ୟ ସଂଜୟ ସ୍ୱାଇଁ, ଆର୍ତବନ୍ଧୁ ମହାନ୍ତି, କୈଶିକ ବେହେରା, ପ୍ରତିମା ସାହାଣୀ, ରବିନ ମଳିକ, ଶ୍ରୀଚରଣ ଦାସ, ମଧୁସୂଦନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ରାଜନଗର ତହସିଲଦାର ଅଜୟ ମହାନ୍ତି, ଆଇଆଇସି ଅଜୟ ଜେନା, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରଶ୍ମିରଂଜନ ମହାନ୍ତି ଉପସ୍ଥିତ ଥିଲେ । ମିଶନଶକ୍ତି ସଂଯୋଜିକା ସାଗରିକା ମଲ୍ଲିକ, ଜୀବିକା ମିଶନର ପରିଚାଳକ ରଶ୍ମିରଂଜନ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାରଦା ନାୟକ, ଜିପିଇଓ ଧର୍ମେନ୍ଦ୍ର କୁମାର ଦାଶ, କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ନାୟକ, ପ୍ରଭାତ ମାଝି, ଅଂଜନ ସ୍ୱାଇଁ, ଅର୍ପଣ ମଲ୍ଲିକ, ଉମାଶଙ୍କର ଦଳେଇ, ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟକୁମାର ସେଠୀ, ଜ୍ୟୋତିରଂଜନ ସାମଲଙ୍କ ସମେତ ସମସ୍ତ ପିଇଓ, ଜିଆରଏସ, ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା, ଯୁବକ, ଛାତ୍ର ଓ ଜନସାଧାରଣ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading