କୁମାର ପୂର୍ଣ୍ଣିମା ରାହୁ ସ୍ତ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗହଣରେ ଶ୍ରୀବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ


କେନ୍ଦ୍ରାପଡ଼ା, ୨୫ା୧୦ : ଆସନ୍ତା ୨୮ ତାରିଖ ଶନିବାର ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନୀତିକାନ୍ତି ନିମନ୍ତେ କୋହେନୁର୍ ପ୍ରେସ୍ ପଞ୍ଜିକା ପାଳନ ଏବଂ ପାଳିଆ ନିଯୋଗୀ, ମନ୍ଦିର ପୁରୋହିତ, ଗୋସେଇଁ ଓ ବଡପଣ୍ଡାଙ୍କ ସହିତ ଆଲୋଚନା ପୂର୍ବକ ନୀତି ନିର୍ଘଣ୍ଟ କରାଯାଇଛି । ସେହି ଅନୁଯାୟୀ ୨୮ତାରିଖ ସକାଳ ୬ଟାରେ ଜୟମଙ୍ଗଳା ଆଳତୀ, ସକାଳ ୭ଟାରୁ ୭.୩୦ମି. ମଧ୍ୟେ ନିତୀସ୍ନାନ ଓ ବଲ୍ଲଭ, ସକାଳ ୮ଟାରେ ପନି ମଣ୍ଡଳ ବେଶ, ସକାଳ ୯ଟାରେ ସକାଳ ଖେଚୁଡି ଧୂପ, ଦିବା ୧୦ଟା ମଧ୍ୟେ ଦ୍ୱିପ୍ରହର ଧୂପ, ମଧ୍ୟାହ୍ନ ୧୨ଟାରେ ସନ୍ଧ୍ୟା ଉଠାଣୀ ଓ ଆଳତୀ, ଅପରାହ୍ନ ଗୋଟାଏରେ ଶ୍ରୀଗୋବିନ୍ଦଜୀୟୁ ସାନମଙ୍ଗଳା ଭେଟ, ଅପରାହ୍ନ ୨ଟାରେ ରାତ୍ରଧୂପ, ରାତ୍ର ୨ଟାରେ ଗ୍ରହଣ ସ୍ନାନ ଓ ଭୋଗ, ରାତ୍ର ୨.୩୦ମି. ରେ ମହାସ୍ନାନ ଓ ରୋଷ ପ୍ରତିଷ୍ଠା, ରାତ୍ର ୩ଟାରେ ବଡସିଂହାର ବେଶ, କଉଡି ଖେଳ, ଉଖୁଡା ମଣୋହୀ, ରାତ୍ର ୩.୩୦ମି.ରେ ବଡସିଂହାର ଏବଂ ରାତ୍ର ୪ଟାରେ ପୁଷ୍ପାଞ୍ଜଳୀ ଓ ପହୁଡ ଲାଗି ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀ ବଳଦେବଜୀୟୁ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading