ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ


କେନ୍ଦ୍ରାପଡ଼ା, ୩୦ା୧୦ : ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ଉତ୍ତରଦାୟୀ କରିବା ଉପଲକ୍ଷେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ଠାରୁ ନଭେମ୍ବର ୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ରାଜ୍ୟ କନଭେନସନ ସଭା ଗୃହରୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ସଭାଗୃହରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକ. ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡିଏସ୍‌ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଦେଶର ଆର୍ôଥକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ ପ୍ରତିବନ୍ଧକ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶପଥ ଅନୁଯାୟୀ ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ସେମାନଙ୍କର କର୍ତ୍ତବ୍ୟ ଓ କାର୍ଯ୍ୟଧାରାରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ ଜାରି ରଖିବେ । ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବେ ଏବଂ ଲୋକମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ଯୋଗାଇଦେବେ । ବିବେକାନୁମୋଦତ ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ବିନା ଭୟ ଓ ବିନା ଅନୁଗ୍ରହ ପ୍ରଦର୍ଶନ ପୂର୍ବକ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଜନସାଧାରଣ, ସରକାରୀ କର୍ମଚାରୀ, ବେସରକାରୀ ସଂସ୍ଥା, ସମସ୍ତେ ଏକ ମନ, ଏକ ପ୍ରାଣ ହୋଇ ଦୁର୍ନୀତି ହଟାଇବାକୁ ଶପଥ ନେବାକୁ ସେ ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ଶପଥ ପାଠରେ ଆଇନ ମୁତାବକ ଜନସାଧାରଣଙ୍କ ହିତ ପାଇଁ ସୁସ୍ଥ, ନିରପେକ୍ଷ ଭାବେ କାର୍ଯ୍ୟ କରିବେ ଓ ଲାଞ୍ଚ ଦେବେ ନାହିଁ କି ଗ୍ରହଣ କରିବେ ନାହିଁ ବୋଲି ଶପଥ ନେଇଥିଲେ । ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଙ୍ଗୋଲୀ ମାଧ୍ୟମରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଦୁର୍ନୀତି ନିବାରଣ ବିଭାଗର ଡିଏସ୍‌ପି ଶ୍ରୀମତୀ ପୁହାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରଙ୍ଗୋଲୀ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।


Next Post

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

Mon Oct 30 , 2023
କେନ୍ଦ୍ରାପଡ଼ା, ୩୦ା୧୦ : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳ ୧୦ ଘଟିକା ସମୟରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ମିତବ୍ୟୟିତା ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି […]

You May Like