ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଯୋଗୁଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର



ଶାରଦୀୟ ଦୂର୍ଗା ପୂଜା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା’ ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଞ୍ଚଳର ବିଭିନ୍ନ ଅଂଚଳରେ ଗଜଲଷ୍ମୀ ପୂଜାର ଭିନ୍ନ ମାହୋଲ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ଯୋଗୁଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବ ମୁଖର ହୋଇପଡିଛି ।

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରତ୍ୟେକ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳିଛି ଓ ଭଲ ପାଗ ଥିବାରୁ ପଟ୍ଟାମୁଣ୍ଡାଇ ଅଂଚଳବାସୀ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ‘ଙ୍କ ଆରାଧନାରେ ନିଜକୁ ସାମିଲ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ବଜାରରେ ୪ଟି ଗଜଲକ୍ଷ୍ମୀ ମୂର୍ତ୍ତି ସ୍ଥାନ ପାଇଥିବାବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ରୋଡ ଓ ବକ୍ତାରପୁର ଠାରେ ଗୋଟିଏ ଗୋଟିଏ ମୂର୍ତ୍ତି ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଗଜଲକ୍ଷ୍ମୀ ମେଢ଼ ନିକଟରେ ଭଜନଜଣାଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଭଲ ପାଗ ଯୋଗୁଁ ଶହ ଶହ ଶ୍ରଦ୍ଧାଳୁ ମା ‘ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

ଏହାଛଡା ଶ୍ରୀରାମପୁର ପାଳପାଟଣା ନରସିଂହପରରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ସମାରୋହରେ ଚାଲିଛି । ଅପୂର୍ବ ସାଜସଜ୍ଜା ଓ ଆଲୋକମାଳା ପୂଜା ଉତ୍ସବର ମାହୋଲକୁ ସଂପୂର୍ଣ୍ଣ ରଙ୍ଗୀନ କରିଦେଇଛି । ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଞ୍ଚଳରେ ମା ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଉତ୍ସବକୁ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ଓ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଶାରଦୀୟ ଦୂର୍ଗା ପୂଜା ପରେ ମା ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଯୋଗୁଁ ସମଗ୍ର ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଞ୍ଚଳର ମାହୋଲ ସଂପୂର୍ଣ୍ଣ ବଦଳି ଯାଇଛି ।


Next Post

କର୍ମକ୍ଷେତ୍ରରେ ଯୈାନ ଉତ୍ପୀଡନର ପ୍ରତିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ

Wed Nov 1 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କୋର୍ଟ ତାଲୁକ ଆଇନ ସେବା ସମିତି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ ଆଇନ (poSH act) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନିୟର ସିଭିଲ ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସୁଶ୍ରୀ ସଂଗିତା ମଲ୍ଲିକ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଆଇନର […]

You May Like