
କେନ୍ଦ୍ରାପଡା ୭ା୧୧:ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ କରାଯାଇଥିଲା । ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡଠାରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ । ମାର୍କେଟରେ କିଲୋ ପିଛା ୭୦ଟଙ୍କାକୁ ୨୫ଟଙ୍କାରେ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । କଂଗ୍ରେସର ରିହାତି ଦରରେ ପିଆଜ ବିକ୍ରି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଅଭିଯୋଗ କରିଥିଲେ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପିଆଜ ଦର ବୃଦ୍ଧି ପାଇଁ ଦାୟୀ । ପିଆଜ କ୍ଷେତ୍ରରେ ଓଡିଶା ଟାଉନଠାରୁ ଅଧିକ ଉତ୍ପାଦନ କରୁଥିଲେ ମଧ୍ୟ ସଂରକ୍ଷଣ ସୁବିଧା ଅଭାବରୁ ସଂକଟ ସୃଷ୍ଟି ହେଉଛି ଏବଂ ଚାଷୀ ମଧ୍ୟ ଅଭାବୀ ଦରରେ ବିକ୍ରି କରି ଆର୍ଥିକ କ୍ଷତି ସହୁଛି । ସେ ଉଦାହରଣ ଦେଇ କହିଥିଲେ ଯେ ରାଜ୍ୟ ସରକାର ୨୦୧୧ ମସିହାରେ ପିଆଜ ମିଶନ ଘୋଷଣା କରିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ତାହା କାର୍ଯ୍ୟକାରୀ ହେଲା ନାହିଁ । ଏହା ପ୍ରହସନ ନୁହେଁ ତ କ’ଣ ବୋଲି ପ୍ରଶ୍ନ କରିଥିଲେ ? ତୁରନ୍ତ ସାରା ଓଡିଶାରେ ରିହାତି ଦରରେ ପିଆଜ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବୀ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନଗର କଂଗ୍ରେସ ସଭାପତିୁ ରାଜେଶ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ୃଚିତ୍ରସେନ ପରିଡା,ପୂର୍ବତନ କାଉନସିଲର ହିବଜୁର ରହେମାନ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ଉଡାଣସିଂ, ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, କାଉନସିଲର ଚାନ୍ଦ ବାବୁ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ହିମାଂଶୁ ବେହେରା, କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ଯୁବନେତା ବିଚିତ୍ର ଲେଙ୍କା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ୍ ଅକତର, ଯୁବନେତା ସୁବାଷ ମାହାଳିକ, ଡିସିସି ସାଧାରଣ ସମ୍ପାଦକ କମଳାକାନ୍ତ ବେହେରା ଓ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ମୀର ମୁରସିଦ୍ ପ୍ରମୁଖ ସାମିଲ ହୋଇଥିଲେ ।











