ରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର , ୧୫ ଶହରୁ ଉର୍ଦ୍ଧ୍ୱ କର୍ମକର୍ତା ତାଲିମ ନେଲେ



କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଠାରେ ଗୁରୁବାର ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ଆୟୋଜିତ ତାଲିମ ଶିବିର  ଆଜି ଦ୍ୱୀତିୟ ଦିବସ ।ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ରାଜନଗର ବ୍ଲକର ୩୨ନଂ ଜୋନର ୧୧ପଂଚାୟତ ଦ୍ୱିତୀୟ ଅଧିବେଶନରେ ପଟ୍ଟାମୁଣ୍ଡାଇ ବ୍ଲକର ୧୮ନଂ ଜୋନର ୭ପଂଚାୟତ ଓ ଗଙ୍ଗାରାମପୁର ଓ ବାଛରା ପଂଚାୟତ ସାମିଲ କରାଯାଇଥିଲା । 

ଗୁରୁବାର ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ବରେ ଅନୁଷ୍ଟିତ ଶିବିରିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋକପାତ କରିବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ବିଷୟରେ ପ୍ରକାଶ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ପ୍ରଚାରସର୍ବସ୍ୱ ବିଜେପି ଓ ଅପପ୍ରଚାରରେ ମାତିଥିବା କଂଗ୍ରେସ ଦଳକୁ ଠିକଣା ଜବାବ ଦେବା ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନବର୍ଗର ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରି ସାଧାରଣଲୋକଙ୍କ ହୃଦୟ ଜିତିଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶ ମନ୍ତ୍ର ନେଇ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବାକୁ  ରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡି ଆକ୍ଟିଭ ମେମ୍ବର ମାନଙ୍କୁ ବିଧାୟକ ନିବେଦନ କରିଥିଲେ । ଏହି ଶିବିରରେ ବିଜେଡିର ମାଷ୍ଟର ଟ୍ରେନର ଦେବାଶିଷ ସ୍ୱାଇଁ ଓ ବିଶ୍ୱପ୍ରତାପ ସାହୁ ଯୋଗଦେଇ ରାଜନଗର ନିର୍ବାଚନ ମଣ୍ଡଳୀର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ରାଜନଗର ବ୍ଲକର ୩୧ ନମ୍ବର ଜୋନ  ଓ ଦ୍ୱିତୀୟ ଅଧିବେଶନରେ ପଟ୍ଟାମୁଣ୍ଡାଇ ବ୍ଲକର ୧୭ ନମ୍ବର ଜୋନ ସହିତ ୧୬  ନମ୍ବର ଜୋନ ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତକୁ ସାମିଲ କରାଯାଇଥିଲା । ଆଜି ଦୁଇଟି ଅଧିବେଶନରେ ପ୍ରାୟ ୧୫ ଶହ  ମହିଳା ବିଜେଡି, ଯୁବ ବିଜେଡି, ଛାତ୍ର ବିଜେଡି ଓ ଜିଲ୍ଲା ପରିଷଦ ଜୋନାଲ କମିଟିର କର୍ମକର୍ତା ମାନଙ୍କୁ ସୋସିଆଲ ମିଡ଼ିଆ ସହ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

ଏହି ପ୍ରଶିକ୍ଷଣ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ବିଜୟ ନାୟକ, କାଳାକାର ପ୍ରଧାନ, ରଣଧିର ଜେନା, ଅବନ୍ତି ବେହେରା, ଗୋଲେଖ ରାଉତ, ନୟନ ଗିରି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାଶ, ବ୍ଲକ ବିଜେଡି ଉପସଭାପତି ସୁରେଶ ପଣ୍ଡା, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ସରପଂଚ ପ୍ରିୟବ୍ରତ ଓଝା, ପୁର୍ବତନ ସରପଂଚ ବିଜୟ ରାଉତ, ଗଗନ ବାରିକ, ବରିଷ୍ଠ ନେତା ଅଜାମ୍ବର ପ୍ରଧାନ, ନିକୁଞ୍ଜ ଦାଶ, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ ସମେତ ପ୍ରାୟ ପନ୍ଦର ଶହ କର୍ମକର୍ତା ଯୋଗଦେଇ ଶାନ୍ତି ଶୁଙ୍ଖଳା ସହିତ ତଲିମ ନେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତନ ସତ୍ୟାଗ୍ରହ

Fri Nov 10 , 2023
ପଟ୍ଟାମୁଣ୍ଡାଇ ୯/୧୧ -ଶ୍ରୀମନ୍ଦିରର ଚାରି ଦ୍ୱାର ଅବିଳମ୍ବେ ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ସହ ଭଣ୍ଡାର ଘର ମରାମତି ଦାବିରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଓ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଗୁରୁବାର ଦିନ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ପୋଖରିଆପଡା ପତିତପାବନ ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତନ […]

You May Like