କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତାର ଏକ ଗଛରେ ସୋମବାର ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଗଛ ତଳେ ଏକ ବଜାଜ ମୋଟର ସାଇକେଲ ସହିତ ହେଲମଟ୍ ଓ ପ୍ଲାଷ୍ଟିକ ବୋଟଲ ମଧ୍ୟ ପଡି ରହିଛି । ସେ ତାଙ୍କ ନିଜସ୍ୱ ଇଛାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗି ଦେଇଛି ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଆଲୋଚନା ହେଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଚଉଦକୁଲାଟ ଫାଣ୍ଡି ପୋଲିସ ପହଂଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।
ସୁଚନା ଯୋଗ୍ୟ ଯେ , ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତା କଡର ଏକ ଗଛରେ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟଲୋକେ ଦେଖି ଚଉଦକୁଲାଟ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ସେଠାରେ ଥିବା ମୋଟର ସାଇକେଲ ନମ୍ବରରୁ ରାଉଲକେଲାର ସେକ୍ଟର ୧୮ର ରାଜକିଶୋର ରାଉତ (୫୦) ବୋଲି ଜାଣିବାକୁ ପିଇଥିଲା । ସେହିପରି ତାଙ୍କ ଡାଇଭିଙ୍ଗ୍ ଲାଇସେନ୍ସରୁ ଦକ୍ଷିଣ ଧାମରା ଭଦ୍ରକର ପ୍ରେଜେଂଟ ଆଡ୍ରେସ ଉଲେଖ ଥିବା ବେଳେ ଭଉଣୀର ଦୁଃଖ ସହିପାରୁନି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଗାଡ଼ି ଡିକିରୁ ପୋଲିସ ଜବତ କରିଥିବା ମୋବାଇଲର ୱାଲ ପେପରରେ ଲେଖା ହୋଇଥିବା ପୋଲିସ ଦେଖିବାକୁ ପାଇଛି । ଏନେଇ ଫାଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାଉରକେଲା, ଭଦ୍ରକ ଓ ସୁନ୍ଦରଗଡ଼ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥଲା । ପରେ ପରିବାର ଲୋକେ ପଟ୍ଟାମୁଣ୍ଡାଇରେ ପହଁଚି ଶବ ଚିହ୍ନଟକରିଥିଲେ । ଚଉଦକୁଲାଟ ପୋଲିସ ଶବ ବ୍ୟବଛେଦ ପାଇଁ ମୃତ ଦେହ ଆଳି ଗୋଷ୍ଠିଡାକ୍ତରଖାନା ପଠାଇଛି ବୋଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।