କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଆଜି ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ଼ ବଂଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏହି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୩୨ ଜଣ ଯୋଗ୍ୟ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀଙ୍କ ମଧ୍ୟରୁ ମୋଟ୍ ୩୧ ଜଣ ଉପସ୍ଥିତ ରହି ସେମାନଙ୍କ କାର୍ଡ଼ ସଂଗ୍ରହ କରିଛନ୍ତି । ସାମ୍ବାଦିକଙ୍କ କଳ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି ମହତ୍ ପଦକ୍ଷେପର ଭୂୟଂସୀ ପ୍ରଶଂସା ଏଇ ଅବସରରେ ସାମ୍ବାଦିକମାନେ କରିଥିଲେ । ସୂଚନାଯୋଗ୍ୟ ଯେ, ଆବେଦନ କରିଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ୍ ୧୭୨ଜଣ ସାମ୍ବାଦିକ ଚଳିତଥର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥିମଧ୍ୟରେ ବିଏସ୍କେୱାଇ କାର୍ଡ଼ଧାରୀ ସାମ୍ବାଦିକଙ୍କ ସଂଖ୍ୟା ୪୦ ଥିବା ବେଳେ ୧୩୨ ଜଣ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ଼ ପାଇବେ । ଏହି ବଂଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏସ୍ଆର୍ଏ ପ୍ରଦୀପ କୁମାର ଦାସ, ଜେଆର୍ଏ ଜୟଶ୍ରୀ ସାହୁ, ପ୍ରକ୍ଷେପକ ମଧୁସୂଦନ ମଲ୍ଲିକ, ତପନ ପରିଡ଼ା, ରଞ୍ଜନ କୁମାର ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।
kanikanews.in
Next Post
ବିଦେଶରେ ଫସିଛନ୍ତି ୨୧ ଜଣ ଶ୍ରମିକ,ଭିଡିଓ ଜାରି କରି କହିଲେ ନିର୍ଯାତନାର କାହାଣୀ
Tue Nov 14 , 2023
ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିବା ଆଶାରେ ବିଦେଶ ଯାଇ କାମ କରୁଥିବା ଓଡିଆ ଯୁବକ ମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଶାରୀରିକ, ମାନସିକ ତଥା ଶୋଷଣର ଚରମ ଶିକାରରେ ଜୀବନ ବିତାଉଛନ୍ତି । ଯଦି ଏଥିପାଇଁ ମୁହଁ ଖୋଲିଲେ ମିଳୁଛି ଶାରୀରିକ ନିର୍ଯ୍ୟାତନା । ଭିଟାମାଟିକୁ ଫେରାଇ ଆଣିବା ନିମନ୍ତେ ସେଠାରେ ସେମାନେ ଏକ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ […]

KANIKA
- 7 months ago
କବାଡିଆ ବେପାରୀଙ୍କ କବଜାରେ ଫୁଟ୍ପାଥ
- 1 year ago
ପତିତପାବନ ମନ୍ଦିରରେ ସ୍ନାନପୂର୍ଣ୍ଣିମା
- 5 months ago
ବିପୁଳ ପରିମାଣର ଚୋରାମଦ ଜବତ, ୫ କୋର୍ଟଚାଲାଣ
- 2 years ago
କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ
- 2 years ago
ଦକ୍ଷତା ବିକାଶ ପରାମର୍ଶ ଶିବିର