ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ରୋକାଯାଉ :ଜନଶକ୍ତି ପାର୍ଟି


ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଘଟିଥିଲେ ମଧ୍ୟ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ଚୁପ ହୋଇବସିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଅବିଳମ୍ବେ ଦର ବୃଦ୍ଧି ନରୋକିଲେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପି ଆନେ୍ଦାଳନ କରାଯିବ ବୋଲି ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ ଚେତାବନୀ ଦେଇଛନ୍ତି । ଏକ ପ୍ରେସ ବିବୃତିରେ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ଦାଶ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଯୋଜନା ପରେ ଯୋଜନା କରୁଥିବାର ଦାବୀ କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ  ଦର ବୃଦ୍ଧି କରି ସେମାନଙ୍କ ପେଟରେ ଲାତ ମାରୁଛନ୍ତି । ସମ୍ପ୍ରତି ପିଆଜ, ଡାଲି, ତେଲ, ଅଟା ଓ ପନିପରିବା ଦର ଆକାଶଛୁଆଁ ହୋଇଛି । ଯାହାଫଳରେ ଗରିବ ଓ ମଧ୍ୟବିତ ପରିବାର ଚାଲିବା କଷ୍ଟକର ହୋଇଛି । ସାଧାରଣ ଭାବେ ଗରିବ ଖଟିଖିଆ ଲୋକମାନେ କିଛି ନହେଲେ ପଖାଳ ସାଙ୍ଗକୁ ପିଆଜ ଖାଇ ଜୀବନ ଧାରଣ କରିଥାନ୍ତି । ପରିସ୍ଥିତି ଏପରି ହୋଇଛି ପଖାଳ ଅଛି ମାତ୍ର ମାତ୍ରାଧିକ ଦର ଯୋଗୁଁ ଗରିବ ଲୋକମାନେ ପିଆଜ କିଣି ପାରୁନାହାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଉ ଗରିବ ଲୋକମାନଙ୍କୁ ଦୁଃଖ ନଦେଇ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ରୋକିବା ଦିଗରେ ପଦକ୍ଷେପ ନିଅନ୍ତୁ ଅନ୍ୟଥା ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ଜନଶକ୍ତି ପାର୍ଟି ଦର ବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ ଚେତାବନୀ ଦେଇଛନ୍ତି ।


Next Post

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ , ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ- ଅତିରିକ୍ତ ଜିଲ୍ଲାପାଳ

Thu Nov 16 , 2023
କେନ୍ଦ୍ରାପଡ଼ା, ୧୬ା୧୧ : ଗଣମାଧ୍ୟମ ସମାଜର ଦର୍ପଣ । ଯେଉଁଠି ପ୍ରତଫଳିତ, ପ୍ରତିଧ୍ୱନିତ ଓ ପ୍ରତିବିମ୍ବିତ ହୁଏ ସମାଜର ପ୍ରକୃତ ରୂପ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଷ୍ଠାର ସହ ଦାୟିତ୍ୱ ସମ୍ପନ୍ନ କଲେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ ବୋଲି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର । ଚଳିତ […]

KANIKA