ପୁନର୍ବାସ ପକ୍ଷରୁ ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ବାକ୍ ଓ ଶ୍ରବଣ ପରୀକ୍ଷା ଶିବିର



ସାଧାରଣତଃ ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନେ ବାକ୍ ଓ ଶ୍ରବଣ ଶକ୍ତି ବାଧିତ ହୋଇଥିବାର ପରିଲଖିତ ହୁଏ । ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ଦ୍ୱାରା ଏହି ସ୍ୱତନ୍ତ୍ର ଶିଶୁମାନଙ୍କୁ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ନିଃସୁଳ୍କ ଫିଜିଓଥେରାପି ସହିତ ସ୍ପିଚ୍‌ଥେରାପିର ସୁବିଧା ପ୍ରଦାନ କରାଯାଇ ଆସୁଅଛି । ଏହି ଶିଶୁମାନଙ୍କର ଏକ ସ୍ୱତନ୍ତ୍ର ବାକ୍ ଓ ଶ୍ରବଣ ପରୀକ୍ଷା ଶିବିର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅବସରପ୍ରାପ୍ତ ବାକ୍ ଓ ଶ୍ରବଣ ବିଶେଷଜ୍ଞ ନାରାୟଣ ଚନ୍ଦ୍ର ବିଶ୍ୱାଳଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି ସ୍ୱତନ୍ତ୍ର ଶିଶୁଙ୍କ ଅଭିଭାବକମାନଙ୍କୁ ଥେରାପି ଓ ପ୍ରଯତ୍ନ ସମ୍ପର୍କୀତ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରରେ ବିଶେଷଜ୍ଞ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୫ ରୁ ଉର୍ଦ୍ଧ୍ୱ ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କୁ ପରୀକ୍ଷା କରାଯାଇ ପରବର୍ତ୍ତୀ ଥେରାପି ପ୍ରଣାଳୀ ପ୍ରସ୍ତୁତ କରାଯାଇଛି । ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ ସହକାରୀ ସ୍ପିଚ୍ ଥେରାପିଷ୍ଟ ଶୁଭଶ୍ରୀ ଦାସ, ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା, ରଚିତା ଜେନା ଓ କାଉନସିଲର ସଞ୍ଜୀବ କୁମାର ଜେନା ଶିବିର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଂଶୀଧର ମହାନ୍ତି, ଏମ୍‌ଡି ଜାହିଦ୍ ଖାନ, ଜ୍ୟୋତିରଞ୍ଜନ ନାୟକ, ରଞ୍ଜନ କୁମାର ସ୍ୱାଇଁ, ମନୋଜ ବିଶ୍ୱାଳ ଓ ମନୋଜ କୁମାର ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ ।


Next Post

୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ , ଜିଲ୍ଲା ସ୍ତରୀୟ ମହୋତ୍ସବ

Sat Nov 18 , 2023
ସମବାୟ ବିଭାଗ ଓ କେନ୍ଦ୍ରାପଡା  ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାର ବିଧାୟକ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ […]

You May Like