
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶିଳ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରାଯାଉଅଛି ।ଏହି କ୍ରମରେ ସୋମବାର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଏଲଏମ ସେକସନର ବନଜା ନନ୍ଦିନୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ, ୨୦୦୧ ମସିହାରେ ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋପଣ କରିଥିବା ମିଶନଶକ୍ତି ନାମକ ଚାରା ଗଛ ସମ୍ପ୍ରତି ଏକ ମହାଦ୍ରୁମରେ ପରିଣତ ହେବା ସହିତ ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି । ଓଡିଶା ବିକାଶର ସାରଥୀ ମିଶନଶକ୍ତି ମା ମାନେ ଆଜି ଓଡିଶାର ପ୍ରକୃତ ଶକ୍ତି ହୋଇପାରିଛନ୍ତି । ମିଶନଶକ୍ତି ମା ବିଭିନ୍ନ ସରକାରୀ ଯୋଜନାରେ ମଂଜୁର ଋଣକୁ ସଫଳ ବିନିଯୋଗ କରି ଆର୍ôଥକ ସ୍ୱାବଲମ୍ବୀ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡିଶା ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ବିଡ଼ିଓ ଶୁଭ୍ରାଂଶୁ ସାହୁ ବିଭିନ୍ନ ଯୋଜନା ଯଥା ବିଉଟି ପାର୍ଲର, ଛତୁ, ବଢ଼ି, ମାଛ ଚାଷ, ଧୂପ କାଠି, ଆଦି ବିଭିନ୍ନ ପ୍ରକଳ୍ପରେ ମଂଜୁର ଋଣ ଅର୍ଥ ବିନିଯୋଗ କରି ଆର୍ôଥକ ଭାବେ ସଶକ୍ତ ହେବା ସହିତ ଅଂଚଳର ବିକାଶ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ସି ଡି ପି ଓ ମନୋରମା ସ୍ୱାଇଁ, ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ମିଶନଶକ୍ତି ବ୍ଲକ ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ସ୍ୱାଗତଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜୀବିକା ମିଶନ ସଂଯୋଜିକା ସୁମିତ୍ରା ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ଧନ୍ୟବାଦ ଦେଇଥିଲେ । ଏହି ଋଣ ପ୍ରଦାନ ମେଳାରେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ୧୪୪ଟି ମହିଳା ଏସଏସଜି ଗ୍ରୁପକୁ ୬ କୋଟି ୭୦ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା ।











