ମଞ୍ଜୁରୀପ୍ରାପ୍ତ ଋଣ ପ୍ରଦାନ ଦାବୀରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା



କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେଇଥିବା ଓ  ଚାଷୀମାନଙ୍କ ଜମା ଖାତା ଟଙ୍କା ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଟଙ୍କା ନପାଇବାରୁ ଶୁକ୍ରବାର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କତୃପକ୍ଷ ପ୍ରତିଶୃତିକୁ ମେସେଜ କଲାପରେ ଦିବା ୨ ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସୂଚନାନୁଯାଇ ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚଳିତ ବର୍ଷ ଜୁଲାଇ ୨୬ରେ ୧୫୪ଜଣ ଚାଷୀଙ୍କର କ୍ରେଡିଟ ଲିମିଟ ଋଣ ଲଗାଣ ପାଇଁ ମଂଜୁର କରାଯାଇଥିଲା । କିନ୍ତୁ ବ୍ୟାଙ୍କର ନିଷ୍କ୍ରିୟତା ଯୋଗୁଁ ଋଣ ଲଗାଣ ହୋଇପାରିଲା ନାହିଁ । ଚଳିତବର୍ଷ ରବି ଋତୁରେ ସେହି ଋଣ ୭୧ଜଣ ଚାଷୀଙ୍କୁ ଲଗାଣ କରାଯାଇ ପଟ୍ଟାମୁଣ୍ଡାଇ ବ୍ୟାଙ୍କ ଶାଖାରେ ଥିବା ଚାଷୀ ଜମା ଖାତାକୁ ଟଙ୍କା ଯାଇଥିଲେ ମଧ୍ୟ ଚାଷୀମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଟଙ୍କା ନପାଇବାରୁ ଆଜି ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ସଞ୍ଜୟ କୁମାର ଲେଙ୍କାଙ୍କ ନେତୃତ୍ୱରେ ବିଶ୍ୱନାଥ ବାରିକ, ପ୍ରଭାକର ଧଳ, ବାମଦେବ ପଣ୍ଡା, ଶରତ ପାତ୍ର, କାଁହୁ ଚରଣ ମଲିକ, ଜୟସେନ ପରିଡା, ପିତାମ୍ବର ଅଧିକାରୀ, କିଶନ ସ୍ୱାଇଁ, ମକର ସେଠୀ, ଅମର ନାୟକ, ସୁବଳ କର, କୈଳାଶ ବାରିକ, ପ୍ରଦୀପ ସାମଲ, ସରୋଜ ସେଠୀ, ମହେଶ୍ୱର ଦାସ, ଶିବ ପରିଡା, ସୁରେନ୍ଦ୍ର ଦାସ, ଭରତ ବାରିକ ମନୋଜ ପାତ୍ର, ମଥୁରୀ ଜେନା, ସୁରେନ୍ଦ୍ର ମଲିକ, ଶିବରାମ ଦାସ, ନବଘନ କାପ, ଉତମ ଦାସ, ସୁବାଷ ଦାସ, ପ୍ରଶାନ୍ତ ନାୟକ, ବୈକୁଣ୍ଠ ଦାସ, ରଘୁନାଥ ନାୟକ, କୈଳାଶ ପଣ୍ଡା, ରାମ ଚନ୍ଦ୍ର ସାହୁ, ସତ୍ୟପ୍ରକାଶ ରାଉତ, ସୁଶାନ୍ତ ସାହୁ, ଆଦିତ୍ୟ ସ୍ୱାଇଁ, ପ୍ରତାପ ସାହୁ, ନାରାୟଣ ସାହୁ, ବସନ୍ତ ଦାସ, ଜ୍ଞାନେନ୍ଦ୍ର ସେଠୀ, ଚୈତନ୍ୟ ବାରିକ, ଚନ୍ଦ୍ରକାନ୍ତ ସେଠୀ ପ୍ରମୁଖ ବହୁ ଚାଷୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି ପୋଲିସ ବାହିନୀ ସହିତ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଥିଲେ । ଧାରଣାକାରୀ ଚାଷୀମାନେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କତୃପକ୍ଷଙ୍କ ଠାରୁ ଲିଖିତ ପ୍ରତିଶୃତି ନପାଇଲେ ଧାରଣାରୁ ଉଠିବେ ନାହିଁ ବୋଲି ଅଡ଼ି ବସିଥିଲେ । ଶେଷରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କତୃପକ୍ଷ ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା ସହିତ ଚାଷୀଙ୍କ ଦାବୀ ସମ୍ପର୍କରେ ଆଲୋଚନା କଲା ପରେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଚାଷୀ ଋଣ ଟଙ୍କା ସମସ୍ୟା ଦୂର କରାଯିବ ବୋଲି ଏକ ଲିଖିତ ପ୍ରତିଶୃତିକୁ ମେସେଜ କଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading