
କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିନ ଜଙ୍ଗଲ ଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ନିକଟବର୍ତି ସିମାନ୍ତ ଇଲାକା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଜଙ୍ଗଲ ଭିତରେ ଆବଶ୍ୟକ ଖାଦ୍ୟ ଅଭାବ ଯୋଗୁ ଖାଦ୍ୟ ଅନ୍ୱେଷଣରେ ବିଭିନ ଗ୍ରାମରେ ପ୍ରବେଶ କରି ଚାଷୀର ନିଦ ହଜେଇ ଦେଇଛନ୍ତି । ଧୋୟାଚଂଳରେ ଥିବା ବେଣା ଜଙ୍ଗଲରେ ଲୁଚିରହି ଫସଲ ନଷ୍ଟ କରିବା ସହ ପଶୁ ମଣିଷ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି । ଏମାନଙ୍କ ସଂଖ୍ୟା ପ୍ରଥମେ ଅଳ୍ପ ଥିବାବେଳେ ଏବେ ବୃଦ୍ଧି ପାଇ ବିଭିନ୍ନ ଚାଷଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ବୋଲି ଚାଷିମାନେ ଅଭିଯୋଗ କରୁଛନ୍ତି ।

ତଳବାଲିପଡା ଗ୍ରାମର ସର୍ବେଶ୍ୱର ବିଶ୍ୱଳ, ଭାଗବତ ବିଶ୍ୱଳ, କଷଣଅଂଟା ଗ୍ରାମର ସନାତନରାଉତ, ବୃନ୍ଦାବନ ପ୍ରଧାନ ପ୍ରମୁଖ ଚାଷିମାନେ କୁହନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ଧୋୟାଚଂଳର କଷଣଅଂଟା, ବଳଦେବନଗର, ବାଲିପଡା, ତଳବାଲିପଡା, ସିଦ୍ଧପାଟଣା, କାକୁଡିପଲ୍ଲୀ, ନୂଆଗାଁ, ଅଳଭା, ତନୁପୁର, ନନ୍ଦିନୀନଗର ଆଦି ଅଚଂଳରେ ଜଙ୍ଗଲି ବାରହାଙ୍କ ଉପଦ୍ରବ ବଢିବାରେ ଲାଗିଛି । ବ୍ରାହ୍ମଣୀ ଅବବାହିକା ଧୋୟାଚଂଳ ଚାଷଜମିରେ ବେଣା ଜଙ୍ଗଲ ମାଡି ଯିବାରୁ ଜଙ୍ଗଲି ବାରହା ସେଥି ମଧ୍ୟରେ ଆସ୍ଥାନ ଜମାଇ ସାରିଲେଣି । ପାଳ ଜମିରେ ହେଉଥିବା ଫସଲ ଚିନାବାଦାମ, ମୂଳା, ତରଭୂଜ, କଖାରୁ, କାକୁଡି, ସାରୁ, ଯଅ, ଧଣିଆ, ମୁଗ, ବରି, କୋଳଥ, ଆଳୁ, ବିଟ, ଗାଜର, ଓଲ ଆଦି ଫସଲକୁ ଖାଇଯିବା ସହିତ ବ୍ୟାପକ ଭାବେ କ୍ଷତି ପହଁଚାଉଛନ୍ତି । ଚଢା ଦରରେ ଚାରା ବିହନ ଓ ସାର ପାଇଁ ଅର୍ଥ ଖର୍ଚ୍ଚକରି ଧୋୟାଚଂଳର ଚାଷୀମାନେ ଯେଉଁ ଫସଲ ଅମଳ କରୁଛନ୍ତି ତାହା ବାରହାଙ୍କ ମୁହଁରେ ଯାଉଛି । ଜଙ୍ଗଲି ବାରହା ମାନେ ପ୍ରାୟତଃ ରାତ୍ର ସମୟରେ ଦଳବାନ୍ଧି ଜମିରେ ପଶି ଫସଲ ନଷ୍ଟ କରି ଦେଉଛନ୍ତି ।
ବାଲିପାଟଣା ଗ୍ରାମରେ ଭୁପତି ନାୟକ କୁହନ୍ତି ବାଛରା, ମଣ୍ଡପଡା, ବାଲିପାଟଣା ଆଦି ପଚାଂୟତ ଅଚଂଳରେ ମଧ୍ୟ ଜଙ୍ଗଲି ବାରହା ପଶି ଫସଲ ନଷ୍ଟ କରୁଥିବା ଖବରମିଳିଛି । ବାଲିପାଟଣା ଅଚଂଳର ଟୁକୁନା ଜେନାଙ୍କ ଫାର୍ମରେ ପଶି ଜଙ୍ଗଲି ବାରହା ମାନେ ଲଗାଯାଇଥିବା ଛୋଟ ଛୋଟ କଲମି ଆମ୍ଭ ଗଛ ଗୁଡିକୁ ହଜାର ସଂଖ୍ୟାରେ ତାଢି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି । ଏହି ଜଙ୍ଗଲି ବାରହା ଗୁଡିକ ବହୁ ସମୟରେ ରାତ୍ରକାଳରେ କଟକ-ଚାନ୍ଦବାଲି ରାସ୍ତା ପତ୍ରପୁର ଠାରୁ ବେଲତଳ ମଧ୍ୟରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ସାଧାରଣତଃ ଜଙ୍ଗଲି ବାରହା ଗୁଡିକ ହିଂସ୍ର ପ୍ରକୃତିର ହୋଇଥିବାରୁ ତାଙ୍କୁ ଘଡଡାଇବା ପାଇଁଲୋକମାନେ ପାଖକୁ ଯିବାକୁ ସାହାସ କରି ପାରୁନାହାନ୍ତି । ବାରହାଙ୍କ ଉପଦ୍ରବ ପାଇଁ ଧୋୟାଚଂଳର ଚାଷୀମାନେ ପାଳଜମିରେ ଆଉ ଫସଲ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ।
ସେହିପରି ଦୁହୁଡିପୁର ଗ୍ରାମର ରାଜେନ୍ଦ୍ର ରଥ,ପରମେଶ୍ୱର ବେଜ କୁହନ୍ତି ଜଙ୍ଗଲୀ ବାରହା ଧାନ ଜମିରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି । ପାଚିଲା ଧାନ କିଆରି ଅମଳ ବେଳେ ବାରହା ସାଧିଛି ଦାଉ । ଜଙ୍ଗଲୀ ବାରହା ଧାନ କ୍ଷେତ ନଷ୍ଟ କରିଦେଉଥିବା ବେଳେ ନିଜର ପରିଶ୍ରମର ଫଳକୁ ଘରକୁ ଆଣିବା ପାଇଁ ଚାଷୀ ହେଉଛି ରାତି ଅନିଦ୍ରା । ହାତରେ ବାଡି ଓ ଟର୍ଚ୍ଚ ଧରି ସୁନାର ଫସଲକୁ ଜଗି ରହୁଛନ୍ତି । ଜଙ୍ଗଲୀ ବାରହା କବଳରୁ ବର୍ଷକର ଆହାର ରକ୍ଷା କରିବାକୁ ଧାନ ବିଲ ପାଖରେ ଟିଣ ବାଡାଉଛନ୍ତି । ସମ୍ଭବତଃ ଏହି ଜଙ୍ଗଲି ବାରହା ଗୁଡିକ ମହାକାଳପଡା ରେଂଜ ଅଧିନ ଜଙ୍ଗଲଗୁଡ଼ିକ ପରିସୀମା ମଧ୍ୟରୁ ଏହି ଅଚଂଳକୁ ଚାଲି ଆସିଥିବା ଲୋକମାନେ ସନ୍ଦେହ କରୁଛନ୍ତି । ରାଜନଗର ବନ୍ୟାଚଂଳ ପକ୍ଷରୁ ଜଙ୍ଗଲି ବାରହା ଗୁଡିକୁ ଧରିନେଇ ଭିତରକନିକା ଅଭୟାରଣ୍ୟରେ ଛାଡି ଦେବାକୁ ସାଧାରଣରେ ଦାବିହେଉଛି । ଏବାବଦରେ ମହାକାଳପଡା ରେଂଜର କାର୍ତିକେଶ୍ୱର ଖଣ୍ଡାଇଙ୍କୁ ଯୋଗାଯେ।।ଗ କରିବାରୁ ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ ନିଆଯିବ ।










