ବିଜେଡି ପ୍ରଶିକ୍ଷକଙ୍କୁ ଅଣ୍ଡାମାଡ


କେନ୍ଦ୍ରାପଡା ଜିଲା ୬ ଓ ୮ ନଂ ଜୋନରେ ଥିବା ବିଜେଡି କର୍ମକର୍ତାଙ୍କ ପ୍ରଶିକ୍ଷଣ ଶିବିର ସହର ନିକଟ ସଂସ୍କୃତି ଭବନ ଠାରେ ଗୁରୁବାର ଅନୁଷ୍ଠିତ ହୋଇଛି । ତେବେ ଏହି ଶିବରକୁ ଆସିଥିବା ପ୍ରଶିକ୍ଷକ ଦେବାଶିଷ ସ୍ୱାଇଁ ଓ ମିହିର ରାୟଙ୍କ କାରକୁ ଅଣ୍ଡାମାଡ ହୋଇଛି । ଯାହା ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କ କାର୍ଯ୍ୟ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ପୂର୍ବାହ୍ନରେ ଏହି ଶିବିର ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଜେଡିରେ ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଏଠାରେ ଦୁଇ ଜୋନ ଅଂଚଳର ଦଳୀୟ ସକ୍ରୀୟ ସଦସ୍ୟ ଓ କମକର୍ତାଙ୍କୁ ପ୍ରଶିକ୍ଷିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଅବଗତି କରାଯାଇ ତୃଣମୂଳସ୍ତରରେ ବାର୍ତା ପହଂଚାଇବାକୁ ପରାମର୍ଶ ଦିଆ ଯାଇଥିଲା । ପ୍ରଶିକ୍ଷକଙ୍କ ଉପରକୁ ଅଣ୍ଡାମାଡ ହୋଇଥିବା ଘଟଣା ନଜରକୁ ଆସି ନଥିବା ବିଧାୟକ ବେହରା ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading