ବଡ଼ପଡା ଅଭାବନୀୟକାଣ୍ଡ,ବର ବିବାହ ସମ୍ପନ୍ନ ଓ ମୃତ ଶିଶୁର ସଂସ୍କାର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତରେ ଗତକାଲି ବିବାହ ପ୍ରସ୍ତୁତିବେଳେ ପେଟ୍ରୋଲଜନିତ ଅଗ୍ନିକାଣ୍ଡରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସାଙ୍ଗକୁ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ପ୍ରକାଶ ଯେ ଗତକାଲି ବଡପଡା ଦଳିତସାହିର ରତ୍ନାକର ମଲିଜଙ୍କ ପୁଅ ବିବାହ ପାଇଁ ବରଯାତ୍ରୀଙ୍କ ବାଇକ ପାଇଁ ଆସିଥିବା ପେଟ୍ରୋଲରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା କୋଠା ଘର ପୋଡି ଯାଇଥିବାବେଳେ ଗୁଗୁଲ ମଳିକ ନାମକ ଜଣେ ଶିଶୁର ମୃତ୍ୟୁ ସାଙ୍ଗକୁ ତିନି ଜଣ ଆହତ ହୋଇଥିଲେ । ତେବେ ସର୍ବଶେଷ ସମ୍ବାଦରୁ ଜଣାପଡିଛି ଯେ ଗତକାଲି ରାତି ୩ଟାବେଳେ ପଟ୍ଟାମୁଣ୍ଡାଇର ଘରୋଇ ମଣ୍ଡପରେ ବିବାହ ସମ୍ପନ୍ନ ହୋଇଛି । ଏଥି ସହିତ ଆଜି ମାଟିଆ ଠାରେ ମୃତ ଶିଶୁ ଗୁଗୁଲର ଶବ ସଂସ୍କାର କରାଯାଇଛି । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନେ କେନ୍ଦ୍ରାପଡ଼ା ଓ କଟକରେ ଚିକିତ୍ସାଧୀନ ଅଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ଶୋକସନ୍ତପ୍ତ ରତ୍ନାକର ମଳିକ ଓ ଶିଶୁ ପୁତ୍ର ହରାଇ ଥିବା ପପୁ ମଳିକ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading