ସରକାରୀ ଆଇ ଟି ଆଇ ଛକରେ ବ୍ୟାଗ ଲୁଟ, ଥାନାରେ ଏତଲା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରାଙ୍କ ଉପଦ୍ରବ ବଢିବାରେ ଲଗିଛି । ଶୁକ୍ରବାରି ଦିବା ୧.୪୦ ମିନିଟ ସମୟରେ ଲୁଟେରା ମାନେ ଟଙ୍କା ଲୁଟ ଆଶାରେ ବହୁ ଦରକାରୀ ସରକାରୀ କାଗଜପତ୍ର ଥିବା ଜନୈକ ମଦ୍ରାସାର ପ୍ରଧାନଶିକ୍ଷକଙ୍କ ବ୍ୟାଗ ଲୁଟ କରି ଫେରାର ହୋଇଯାଇଛନ୍ତି । ସମ୍ପୃକ୍ତ ପ୍ରଧାନଶିକ୍ଷକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପୋଲିସ ଏକ ମୋକଦମା ରୁଜୁ କରି ବ୍ୟାଗ ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତ ଡାମରପୁର ମଦ୍ରାସା ହାନାଫିଆର ପ୍ରଧାନଶିକ୍ଷକ ଏମ ଡି ଆନସାରୀ ଅଲ୍ଲୀ ଆନସାରୀ ଗତକାଲି ନମାଜ ପାଠ ସାରି ଦିବା ସାଢେ ଗୋଟାଏ ସମୟରେ ଡାମରପୁରରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଏକ ବ୍ୟାଗରେ କାଗଜପତ୍ର ଧରି ବାହାରିଥିଲେ । ଚାହାପଡା ନିକଟ ପଟ୍ଟାମୁଣ୍ଡାଇ ସରକାରୀ ଆଇ ଟି ଆଇ ଛକ ରାସ୍ତା ନିକଟରେ ବାଇକରେ ବସିଥିବା ଦୁଇ ଜଣ ମୁଖାପିନ୍ଧା ଦୁବୃର୍ତ ତାଙ୍କ ବାଇକ ଆଗକୁ ଆସି ଟଙ୍କା ଲୋଭରେ ଜୋରଜବରଦସ୍ତ ତାଙ୍କ ବ୍ୟାଗ ଛଡାଇ ନେଇ ରାଜନଗର ଆଡକୁ କ୍ଷିପ୍ର ଗତିରେ ଚାଲିଯାଇଥିଲେ । ଏହି ସମୟରେ ଏମ ଡି ଆନସାରୀ ଅଲ୍ଲୀ ଆନସାରୀ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଓ ଡାମରପୁର ଅଂଚଳର ବାବନ ମଳିକ ଓ ଅଭୟ ସେଠୀ ତାଙ୍କୁ ଖୋଜାଖୋଜିରେ ସହାୟତା କରିଥିଲେ ମଧ୍ୟ ବ୍ୟାଗ ଓ ଲୁଟେରାଙ୍କ କୌଣସି ସନ୍ଧାନ ପାଇନଥିଲେ । ଏହା ପରେ ମଦ୍ରାସା ପ୍ରଧାନଶିକ୍ଷକ ଏମ ଡି ଆନସାରୀ ଅଲ୍ଲୀ ଆନସାରୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଏହି ବ୍ୟାଗରେ ଆଡିମିସନ ରେଜିଷ୍ଟର-୨,ଟି ସି ବହି-୨,ଲିଭିଙ୍ଗ ସାର୍ଟିଫିକେଟ-୧ ଷ୍ଟୁଡେଂଟ, ଆଟେଣ୍ଡାନ୍ସ-୬୦ ପିଟିଏ ରେଜିଷ୍ଟ୍ରର-୨, ପିଟିଏ ରିଜୋଲେସନ ବୁକ-୧ ଏମ ସି ବୁକ-୧, ରେଜଲ୍ଟ ବୁକ-୧,ଏମ ଡି ଏମ ଓ ଏସ ଏସ ଭାଉଚର,ଏମ ଡି ଏମ କ୍ୟାସ ବୁକ, ଶିକ୍ଷକ ଉପସ୍ଥାନ ବହି -୩,ଏମ ଡି ଏମ ଓ ଏସ ଏସ ଏ କ୍ୟାସ ବୁକ-୨ ଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ଏ ସମ୍ପର୍କରେ ଏକ ଲୁଟ ମୋକଦମା ରୁଜୁ କରି ସମୁଦାୟ ମାମଲାର ତଦନ୍ତ ଚଳାଇଛନ୍ତି ।


Next Post

ପଟ୍ଟାମୁଣ୍ଡାଇ କୋର୍ଟରେ ରାଷ୍ଟ୍ରୀୟ ଲୋକଅଦାଲତ

Sat Dec 9 , 2023
ପଟ୍ଟାମୁଣ୍ଡାଇ , ବିଭିନ୍ନ ମାମଲାର ଆପୋଷ ବୁଝାବଣା ଭିତିିରେ ତ୍ୱରିତ ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟର ସିଭିଲ ଜଜ ସିନିଅର ଡିଭିଜନ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ରାଷ୍ଟ୍ରୀୟ ଲୋକଅଦାଲତରେ ସିିଭିଲ ଜଜ କମ ଜେଏମଏଫସି ସମୀକ୍ଷା ମହାନ୍ତି ଓ ଜେଏମଏଫସି ମୋନାଲିସା ପ୍ରଧାନଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ ଓ ବ୍ୟାଙ୍କ ଅଧିକାରୀ ମାନେ […]

KANIKA