
ପଟ୍ଟାମୁଣ୍ଡାଇ , ବିଭିନ୍ନ ମାମଲାର ଆପୋଷ ବୁଝାବଣା ଭିତିିରେ ତ୍ୱରିତ ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟର ସିଭିଲ ଜଜ ସିନିଅର ଡିଭିଜନ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ରାଷ୍ଟ୍ରୀୟ ଲୋକଅଦାଲତରେ ସିିଭିଲ ଜଜ କମ ଜେଏମଏଫସି ସମୀକ୍ଷା ମହାନ୍ତି ଓ ଜେଏମଏଫସି ମୋନାଲିସା ପ୍ରଧାନଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ ଓ ବ୍ୟାଙ୍କ ଅଧିକାରୀ ମାନେ ଯୋଗ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ ପାରାଦ୍ୱୀପର କ୍ଷେତ୍ରୀୟ ପ୍ରବନ୍ଧକ ଦେବାଶିଷ ରଥ, ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ମୁଖ୍ୟପରିଚାଳକ ସିଦ୍ଧାର୍ଥ ଦାଶ, ଉପଶାଖା ପରିଚାଳକ ବିଶ୍ୱଜିତ ମଲ୍ଲିକ, ବଜାର ଶାଖା ପରିଚାଳକ ରଞ୍ଜନ ମହାନ୍ତି, କ୍ଷେତ୍ରାଧିକାରୀ ରଂଜିତ ସାହୁ, ରିକଭରୀ କାର୍ଯ୍ୟନିର୍ବାହୀ ଦେବାଶିଷ ମଲ୍ଲିକ, ପରିଚାଳକ ଶଶିକାନ୍ତ ନାୟକ, ଶାନ୍ତନୁ ମାଝୀ, ରାକେଶ ଦାସ, ରମାକାନ୍ତ ଭୂୟାଁ ଓ କ୍ଷେତ୍ରାଧିକାରୀ ଅଭିଷେକ ତନୱାର ପ୍ରମୁଖ ଯୋଗ ଦେଇ ୨୨ଜଣ ଋଣଧାରୀଙ୍କ ଠାରୁ ୧୨ଲକ୍ଷ ଟଙ୍କା ଆଦାୟ କରିଥିବା ବେଳେ ୫୦ଲକ୍ଷ ଟଙ୍କାର ସହମତି ଭିତିରେ ଫଇସଲା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ବିଭିନ୍ନ ସରକାରୀ ବିଭାଗ ଅଧିକାରୀମାନେ ବିଭିନ୍ନ ମୋକଦମା ସହମତି ଭିତିରେ ସମାଧାନ କରିଥିଲେ ।











