ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ – ଓ”କାର୍ଯ୍ୟକ୍ରମ ଉଦଘାଟିତ


କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “ନୂଆ- ଓ”ଯୁବ ଓଡିଶା ନବୀନ ଓଡିଶା ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାଳୟା ଦାଶ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ପ୍ରମିଳା ମିଶ୍ର ଯୋଗଦେଇ କ୍ରୀଡାର ଆଭିମୁଖ୍ୟ ବିଷୟରେ ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ । ନୋଡାଲ ଅଧିକାରୀ ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ କୁମାର ମଲ୍ଲ କାର୍ଯ୍ୟକ୍ରମ ସମ୍ପର୍କରେ ବିବୃତ୍ତି ପ୍ରଦାନ କରିଥିଲେ । ଅଧ୍ୟାପକ ସୁବାଷ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଦାଶ କ୍ରୀଡା ଛାତ୍ରୀମାନଙ୍କ ଜୀବନରେ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏଥିସହିତ ବିଭିନ୍ନ ବିଭାଗରେ ବହୁ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।


Next Post

ଗ୍ରାମୀଣ ଡାକସେବକ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଡିସେମ୍ବର୧୨ରୁ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ

Mon Dec 11 , 2023
କେନ୍ଦ୍ରାପଡ଼ା, ୧୦ା୧୨ : ଗ୍ରାମୀଣ ଡାକସେବକ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ, ଜାତୀୟ ଗ୍ରାମୀଣ ଡାକସେବକ ସଙ୍ଘ, ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଆସନ୍ତା ଡିସେମ୍ବର ୧୨ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାମଣ୍ଡଳରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମୀଣ ଡାକସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ […]

KANIKA