ଐତିହାସିକ କୃଷକ ଆନ୍ଦୋଳନ ପ୍ରତି ବିଶ୍ୱାସ ଘାତକତା ବିରୋଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର


କେନ୍ଦ୍ରାପଡ଼ା, ୧୧ା୧୨ : କେନ୍ଦ୍ରସରକାରଙ୍କ ଦ୍ୱାରା ୨୦୨୦ମସିହାରେ ଆଗତ ୩ଟି କୃଷି ଆଇନକୁ କୃଷକ ବିରୋଧୀ ଦର୍ଶାଇ ଦେଶର ୫ଶହରୁ ଅଧିକ କୃଷକ ସଂଗଠନ ରାଜଧାନୀ ଦିଲ୍ଲୀର ଚାରି ସୀମାରେ ଦୀର୍ଘ ୧୩ମାସ ଧରି ଆନ୍ଦୋଳନ ସଂଗଠିତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରିନେବା ସଂକ୍ରାନ୍ତରେ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଦୋଳନରତ ନେତୃତ୍ୱଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର ହେବା ପରେ ଏହି ଆନ୍ଦୋଳନର ପରିସମାପ୍ତି ଘଟିଥିଲା । ମାତ୍ର ଆନ୍ଦୋଳନ ପ୍ରତ୍ୟାହାରକୁ ଦୁଇ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ଲିଖିତ ଚୁକ୍ତି ମୁତାବକ କେବଳ ଆଇନ ପ୍ରତ୍ୟାହାର ବ୍ୟତିତ ସରକାର ଦେଇଥିବା ଅନ୍ୟ କୈାଣସି ଗୋଟିଏ ହେଲେ ପ୍ରତିଶୃତିକୁ ପାଳନ କଲେ ନାହିଁ । ପରନ୍ତୁ ଆନ୍ଦୋଳନ ସମୟରେ କୃଷକ ନେତାମାନଙ୍କ ବିରୋଧରେ ଅଣାଯାଇଥିବା ବିଭିନ୍ନ ସଂଗୀନ ଅଭିଯୋଗ ଆଧାରରେ ସେମାନଙ୍କୁ ଏବେ ଗିରଫ କରିବା, କୃଷକନେତା ଯୋଧବୀର ସିଂହଙ୍କ ବିରୋଧରେ ଏନ.ଆଇ.ଏ. ଦ୍ୱାରା ଲୁକ ଆଉଟ ନୋଟିସ ଜାରି କରିବା, ନ୍ୟୁଜ କ୍ଲିକ ସହ ଆନ୍ଦୋଳନରତ ନେତାମାନଙ୍କୁ ଯୋଡି ଦେଶଦ୍ରୋହ ମାମଲା ଦାୟର କରିବା ଆଦି ଅଗଣତାନ୍ତ୍ରିକ ଓ ଦମନମୂଳକ ନୀତି ବିରୋଧରେ ସଂପୃକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ସମଗ୍ର ଦେଶରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗୟାଧର ଧଳ, ପ୍ରଫୁଲ୍ଲ କୁମାର ଦାସ, ଫକୀର ଚରଣ ଖଟୁଆ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ଦାଶରଥି ସାହୁ, ମାଧବ ଦାସ, ଜଗତଜୀବନ ଦାଶ, ରମଣୀରଞ୍ଜନ ରାଉତରାୟ, ବିଜୟ ଦାସ, ନରୋତ୍ତମ ପାର୍ଥସାରଥୀ, ଧରଣୀଧର ସୁଆର, ରତ୍ନଜୟ ମଲିକ, ନିରଞ୍ଜନ ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ସୋମନାଥ ବିଶ୍ୱାଳ, ବିଭୁତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ

Mon Dec 11 , 2023
କେନ୍ଦ୍ରାପଡ଼ା ତା.୧୧/୧୨: ଆୟକର ବିଭାଗ ତରଫରୁ ବିପୁଳ କଳା ଟଙ୍କା ଜବତରେ ମଦ ବ୍ୟବସାୟୀ ସାହୁ ବ୍ରଦର୍ସ, ଅପାରଗ ରାଜ୍ୟ ସରକାର ଓ କଂଗ୍ରେସର ଗଠବନ୍ଧନର ଫଳ ସ୍ୱରୂପ ଆଜି ଆୟକର ବିଭାଗ ଦ୍ୱାରା ପ୍ରାୟ ୫୦୦ କୋଟି କଳା ଟଙ୍କା ଜବତ ହୋଇଛି ବୋଲି ଅଭିଯୋଗ କରି କେନ୍ଦ୍ରାପଡ଼ା ବିଜେପି ତରଫରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ମୋଟର ଷ୍ଟାଣ୍ଡ ଠାରେ ମଦ ବ୍ୟବସାୟୀ କଂଗ୍ରେସ ସାଂସଦ […]

KANIKA